Latest Odisha News

BREAKING NEWS

ନୌସେନାକୁ ମିଳିଲା ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି

ବିଶାଖାପାଟଣା: ଭାରତୀୟ ନୌସେନାରେ ଆଜି ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି । ସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ବିଶାଖାପାଟଣାରେ ନୌସେନା ଡକୟାର୍ଡରେ ଏହାକୁ ବିଧିବଦ୍ଧ ଭାବରେ ନୌସେନାରେ ସାମିଲ କରାଇଛନ୍ତି ।

ଆଇଏନଏସ କଭରାତିର ବିଶେଷତ୍ୱ
– ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧପୋତ
– ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି
– ଭାରତୀୟ ନୌସେନାର ନିଜସ୍ୱ ପ୍ରତିଷ୍ଠାନ, ନୌସେନା ଡିଜାଇନ୍ ନିର୍ଦ୍ଦେଶାଳୟ ଏବଂ କୋଲକାତା ଗାର୍ଡେନ୍ ରିଚ୍ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ନିର୍ମାଣ କରିଛନ୍ତି
– ଜାହାଜର ଅସ୍ତ୍ରଶସ୍ତ୍ର ଓ ସେନସର୍ ସୁଟ୍ ପାରମ୍ପରିକ ଅଟେ
– ସେନସର ସୁଟ୍ ଜଳରାଶି ମଧ୍ୟରେ ଅନ୍ୟ ଯୁଦ୍ଧପୋତକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାରେ ସକ୍ଷମ
– ଯୁଦ୍ଧ ଜାହାଜ ଓଘଝ କରାବତୀଙ୍କ ନାମରେ INS କଭାରତୀର ନାମକରଣ କରାଯାଇଛି
– ୧୯୭୧ ମସିହାରେ ପାକିସ୍ତାନୀ କବଳରୁ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା INS କରାବତୀ

Leave A Reply

Your email address will not be published.