Latest Odisha News

BREAKING NEWS

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ; ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କ ଜନ୍ମଦିନ। ଆଜି ୫୬ ବର୍ଷରେ ପାଦ ଥାପିଛନ୍ତି ଶାହ।

ଜନ୍ମଦିନ ଅବସର​ରେ ତାଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୀୟୁଷ ଗୋଏଲ, ନିତିନ ଗଡ଼କରି ଓ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଶାହଙ୍କୁ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା ଦେବା ସହ କହିଛନ୍ତି ଯେ, ଯେଉଁ ପ୍ରକାରରେ ସେ ଦେଶର ବିକାଶ ଦିଗରେ ଯୋଗଦାନ ଦେଉଛନ୍ତି ତାର ସମସ୍ତେ ସାକ୍ଷୀ ଅଛନ୍ତି। ବିଜେପିକୁ ମଜବୁତ କରିବା ଦିଗରେ ତାଙ୍କର ଯୋଗଦାନ ଖୁବ୍ ଗୁରୁତ୍ବପୂଣ୍ଣ। ଈଶ୍ବର ତାଙ୍କୁ ଭାରତର ସେବା ଓ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ ବୋଲି ମୋଦି କାମନା କରିଛନ୍ତି।

ଶାହ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ କିଛି ଦିନ ସେ ଦିଲ୍ଲୀ ଏମ୍ସରେ ରହିଥିଲେ। ସେଠାରୁ ସୁସ୍ଥ ହୋଇ ଆସିବା ପରେ ସେ ପୁନଃ ତାଙ୍କ କାର୍ଯ୍ୟଭାର ସମ୍ଭାଳିଛନ୍ତି।

Leave A Reply

Your email address will not be published.