Latest Odisha News

BREAKING NEWS

ଲାଇଭ ଶୋ’ରେ ଯୁଦ୍ଧକୁ ବିରୋଧ କଲେ ମହିଳା, ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଆଜକୁ ୨୦ ଦିନ ହେବ ଯୁଦ୍ଧ ଲାଗି ରହିଛି । ୟୁକ୍ରେନ ଉପରେ ବାରମ୍ବାର ମିସାଇଲ ମାଡ଼ ସାଙ୍ଗକୁ ଗୁଳି, ବୋମା ଓ ରକେଟ ମାଡ଼ ଯାରି ରଖିଛି ଋଷ । ଏହି ଯୁଦ୍ଧକୁ ରୋକିବା ପାଇଁ ଋଷକୁ ବିରୋଧ କରାଯାଉଛି । ଋଷର ନାଗରୀକ ମଧ୍ୟ ଏହି ଯୁଦ୍ଧ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ।

ଏହାରି ଭିତରେ ଏକ ଅଜବ ଘଟଣା ସାମ୍ନାକୁ ଦେଖିବାକୁ ମିଳିଛି । ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ରୁଷର ଏକ ଟିଭି ଚ୍ୟାନେଲରେ ଲାଇଭ ଶୋ’ ଚାଲିଥିବା ବେଳେ ଜଣେ ମହିଳା ହାତରେ ଯୁଦ୍ଧ ବିରୋଧୀ ବ୍ୟାନର ଧରି ହଠାତ ଶୋ’ ଭିତରେ ପ୍ରବେଶ କରିଛନ୍ତି, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ସୋମବାର ସନ୍ଧ୍ୟା ୭ ଟାରେ ରୁଷ ଷ୍ଟେଟ ଚ୍ୟାନେଲ-ୱାନରେ ଲାଇଭ ଶୋ’ ଚାଲିଥିଲା। ଏତିକି ବେଳେ ହଠାତ ଜେଣ ମହିଳା ହାତରେ ଯୁଦ୍ଧ ବିରୋଧୀ ବ୍ୟାନର ଧରି ଷ୍ଟୁଡିଓ ଭିତରକୁ ପଶି ଆସିଥିଲେ। ଏହାପରେ ଚ୍ୟାନେଲର କର୍ମଚାରୀମାନେ ମହିଳା ଜଣଙ୍କୁ ବାହାରକୁ ନେଇଯାଇଥିଲେ । ମହିଳା ଜଣଙ୍କ ହାତରେ ‘ନୋ ୱାର୍’ ଥିବା ଏକ ପୋଷ୍ଟର ଧରି ୟୁକ୍ରେନରେ ମସ୍କୋର ସାମରିକ କାର୍ୟ୍ୟକୁ ନିନ୍ଦା କରିଥିଲେ।

ଉକ୍ତ ମହିଳା ଜଣଙ୍କ ନାଁ ମାରିନା ଓଭସ୍ୟାଙ୍କିକୋଭା ବୋଲି ଜଣାପଡିଛି। ଏଭଳି କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ସେହି ଟିଭି ଚ୍ୟାନେଲର ଜଣେ ସଂପାଦକ ବୋଲି ଜଣାପଡିଛି। ତେବେ ଲାଇଭ୍ ଶୋ’ରେ ବିରୋଧ କରିବା ପୂର୍ବରୁ ମାରିନା ଏକ ଭିଡିଓ ମେସେଜ ମଧ୍ୟ ରେକର୍ଡ କରି ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ‘ତାଙ୍କ ବାପା ୟୁକ୍ରେନ ଏବଂ ମାତା ରୁଷର। ତାଙ୍କ ମା’ ୟୁକ୍ରେନକୁ ଶତ୍ରୁ ଭାବରେ ଦେଖନ୍ତି ନାହିଁ।’ ଆହୁରି ମଧ୍ୟ କହିଛନ୍ତି- ‘କ୍ରେମଲିନ୍ ପ୍ରପାଗେଣ୍ଡା ପାଇଁ କାମ କରିବାକୁ ମୁଁ ଲଜ୍ଜିତ। ମୁଁ ଲଜ୍ଜିତ ଯେ ମୁଁ ଟିଭିରେ ମିଛ କହୁଛି।’

Comments are closed.