Latest Odisha News

BREAKING NEWS

ଦି କଶ୍ମୀର ଫାଇଲ୍ସ: ସମାଲୋଚନା କରି ଫସିଲେ ସ୍ୱରା

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର କଶ୍ମୀର ଫାଇଲ୍ସ ସଫଳତାକୁ ବୋଧହୁଏ ହଜମ କରିପାରି ନାହାନ୍ତି । ବିଭିନ୍ନ ମହଲରେ ଏହି ଫିଲ୍ମକୁ ପ୍ରଶଂସା କରାଯାଉଥିବା ବେଳେ ସ୍ୱରା କାହାର ନାମ ନ ନେଇ ଲେଖିଛନ୍ତି ଯଦି ଆପଣ ଚାହାନ୍ତି ସଫଳତା ନେଇ କରାଯାଇଥିବା ପରିଶ୍ରମକୁ ପ୍ରଶଂସା କରାଯାଉ, ତାହାହେଲେ ୫ ବର୍ଷ ମୁଣ୍ଡ ତଳକୁ କରିବା ଉଚିତ ନ ଥିଲା । ସେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି ।

ସ୍ୱରାଙ୍କ ଏହି ଟୁଇଟ ନେଇ ୟୁଜର୍ସମାନେ ତାଙ୍କୁ କଡା ସମାଲୋଚନା କରିଛନ୍ତି । କିଏ ଲେଖିଛି ତୁମେ ବୋଧେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିଲ ତ ଆଉ କିଏ ଲେଖିଛି ଅନ୍ୟ ସଫଳ ଫିଲ୍ମ ବାବଦକୁ କିଛି କହି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛ । ସୂଚନାଯୋଗ୍ୟ ୧୯୯୦ ଦଶକର ଏହି ଫିଲ୍ମ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ବିଭିନ୍ନ ମହଲରେ ଫିଲ୍ମକୁ ସ୍ୱାଗତ କରାଯାଇଛି ।

Comments are closed, but trackbacks and pingbacks are open.