Latest Odisha News

BREAKING NEWS

ଆସନ୍ତୁ ଜାଣିବା କରୋନାର ଭୟଙ୍କର ରୂପ ବେଳେ କଣ ରହିଛି ଆଶ୍ୱସ୍ତିକର ଖବର !

ଭୁବନେଶ୍ୱର: ଯେଉଁ ଭୟ କରାଯାଉଥିଲା ତାହା ଧିରେ ଧିରେ ପ୍ରମାଣିତ ହେଉଛି । ଅସାବଧାନତା ଯୋଗୁ କିଲର କରୋନା ଦ୍ରୁତ ବେଗରେ ସଂକ୍ରମିତ ହେବାରେ ଲାଗିଛି । ଏହା ମଧ୍ୟରେ ଏକ ଖୁସି ଖବର ହସ୍ତଗତ ହୋଇଛି । ଆମେରିକାରେ ବଡ ଔଷଧ କମ୍ପାନୀ ରେଜିନେନର ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା କକଟଲେ ଆଟିଂବଡିଜ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହେଉଛି । ଗୁରୁତର ଅସୁସ୍ଥ ରୋଗୀଙ୍କୁ ଏହା ସୁସ୍ଥ କରାଇବାରେ ସହାୟ ହେଉଛି । କ୍ଲିନିକାଲ ଟ୍ରାଏଲ ପରେ କମ୍ପାନୀ ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡିମିନିଷ୍ଟ୍ରେସନଠାରୁ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ ନିମନ୍ତେ ଅନୁମତି ମାଗିଛି ।

ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା ଏହି ମୋନୋକଲୋନାଲ ଏକ ପ୍ରକାର ପ୍ରୋଟିନ ଯାହା କି ଭୂତାଣୁ ସହିତ ଲଢ଼ିଥାଏ । କ୍ଲିନିକାଲ ପରୀକ୍ଷଣ ବେଳେ କରୋନା ସଂକ୍ରମିତଙ୍କ ସହ ଏହି ଔଷଧ ସେବନ କରିଥିବା କିଛି ବ୍ୟକ୍ତିଙ୍କୁ ରଖା ଯାଇଥିଲା । ସେମାନଙ୍କୁ କରୋନା ହୋଇ ନ ଥିଲା । ଏବେ ଏହାର ପରବର୍ତୀ ପରୀକ୍ଷଣକୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.