Latest Odisha News

BREAKING NEWS

ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ : ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ସାମୟିକ ଭାବେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହି ଟିକା ନେଉଥିବା ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଫୁଡ୍ ଆଣ୍ଡ ଆଡମିଷ୍ଟ୍ରେସନ ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ।

ସୂଚନା ଅନୁସାରେ, ଜନସନର କରୋନା ଟିକା ନେବା ପରେ ହିତାଧିକାରୀଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଭଳି ମାମଲା ସାମନାକୁ ଆସୁଛି । ଯହାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୬.୮ ମିଲିୟନ୍ ଲୋକ ଜନସନ୍ ଆଣ୍ଡ ଜନସନ୍ ଟିକା ନେଇ ସାରିଲେଣି । ରକ୍ତ ଜମାଟ ବାନ୍ଧିବା ଭଳି ମାମଲାରେ କିଛି ୟୁରୋପୀୟ ଦେଶ ଆଷ୍ଟ୍ରାଜେନିକା କୋଭିଡ ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି । କେବଳ ୟୁରୋପୀୟ ଦେଶ ନୁହଁନ୍ତି, ଏସିଆ ମହାଦେଶର ଇଣ୍ଡୋନେସିଆ ବି ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Leave A Reply

Your email address will not be published.