Latest Odisha News

BREAKING NEWS

ମୁମ୍ବାଇ ପୋଲିସରୁ ସଚ୍ଚିନ ଭାଜେ ବହିଷ୍କୃତ

ମୁମ୍ବାଇ: ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚ୍ଚିନ ଭାଜେ । ଆଜି ମୁମ୍ବାଇ ପୋଲିସ ତାଙ୍କୁ ବହିଷ୍କୃତ କରିଛି । ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ସଂପୃକ୍ତିରେ ସଚ୍ଚିନ ଭାଜେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ଗିରଫ ହୋଇଥିଲେ ।

ସଚ୍ଚିନ ଭାଜେଙ୍କୁ ପୋଲିସ ସେବାରୁ ବହିଷ୍କୃତ କରାଯିବା ନେଇ ଆଜି ମୁମ୍ବାଇ ପୋଲିସ କମିଶନର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଫେବ୍ରୁଆରୀ ୨୫ରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ସଂପୃକ୍ତିରେ ସଚ୍ଚିନ ଭାଜେଙ୍କୁ ଏନ୍‌ଆଇଏ ଗିରଫ କରିଥିଲା । ମହାରାଷ୍ଟ୍ର ଏଟିଏସ୍ ଟିମର ତଦନ୍ତରେ ଭାଜେ ଜାଲରେ ପଡିଥିଲେ । ଦୀର୍ଘ ୧୫ ବର୍ଷ ଧରି ନିଲମ୍ବିତ ରହିବା ପରେ ନିକଟରେ ଭାଜେ ମୁମ୍ବାଇ ପୋଲିସରେ ଯୋଗ ଦେଇଥିଲେ ।

ମୁକେଶଙ୍କ ଘର ଆଗରେ ଥିବା ବିସ୍ଫୋରକ ଗାଡିର ମାଲକିନା ଥାଣେର କାର୍ ଡିଲର୍ ମନସୁଖ ହିରାନୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ରହିଥିଲା । ତେବେ ଘଟଣାର ମାତ୍ର ସପ୍ତାହକ ମଧ୍ୟରେ ମନସୁଖଙ୍କ ମୃତଦେହ ମିଳିଥିଲା । ମନସୁଖଙ୍କ ମୃତ୍ୟୁ ମାମଲାରେ ବି ସଚ୍ଚିନ ବାଜେଙ୍କୁ ପରିସରଭୁକ୍ତ କରିଛି ତଦନ୍ତକାରୀ ଦଳ । ବାଜେଙ୍କ ସମେତ ନିଲମ୍ବିତ କନେଷ୍ଟବଳ ବିନାୟକ ସିନ୍ଦେ, କ୍ରିକେଟ ବୁକି ନରେଶ ଗୌର ଓ ରିୟାଜ କାଜି ନାମକ ଜଣେ ବ୍ୟକ୍ତି ମଧ୍ୟ ଏନଆଇଏ ହେପାଜତରେ ରହିଛନ୍ତି ।

Leave A Reply

Your email address will not be published.