Latest Odisha News

BREAKING NEWS

କଟକରେ ପୁଣି ନକଲି କାରଖାନା ଠାବ

କଟକ: ପୁଣି ଠାବ ହେଲା ନକଲି କାରଖାନା । ଏଥର ପିଠାପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଉପରେ ଚଢାଉ ହୋଇଛି । ବାଦାମବାଡି ପୋଲିସ ଏହି ଚଢଉ କରି ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ ଘିଅ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।

ଗତକିଛି ଦିନ ହେଲା ବାରମ୍ବାର ନକଲି ସାମଗ୍ରୀ କାରଖାନା ଉପରେ ପୋଲିସ ଚଢାଉ କରି ଆସୁଛି । ଏହା ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ସୋୟାବିନ, ହଳଦୀ ଓ ମସଲା କାରଖାନା ଉପରେ ଚଢଉ ହୋଇଥିଲା ।

Leave A Reply

Your email address will not be published.