Latest Odisha News

BREAKING NEWS

ଅନ୍ତିମ ପର୍ଯ୍ୟାୟରେ ଧନୁଯାତ୍ରା: ଆଜି ହେବ କଂସ ବଦ୍ଧ…

ବରଗଡ଼: ଅନ୍ତିମ ପର୍ଯ୍ୟାୟରେ ବରଗଡ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଶ୍ରୀକୃଷ୍ଣ କରିବେ କଂସ ବଦ୍ଧ।

କଂସ ବଦ୍ଧ ପାଇଁ କୃଷ୍ଣ-ବଳରାମ ମଥୁରା ନଗରୀରେ ପହଞ୍ଚିଛନ୍ତି । ନିଜର ପ୍ରିୟ ଭଗବାନ କୃଷ୍ଣ ବଳରାମଙ୍କୁ ପାଇ ଆତ୍ମ ବିଭୋର ହୋଇଯାଇଛନ୍ତି ମଥୁରାବାସୀ । ଅକ୍ରୁରଙ୍କ ସହ କୃଷ୍ଣ-ବଳରାମ ମଥୁରା ଭ୍ରମଣ କରିଛନ୍ତି ।

ନଗର ପରିକ୍ରମା ସମୟରେ କାଳୀମନ୍ଦିର ନିକଟରେ ଦୁଇ ଭାଇଙ୍କ ସହ ସାକ୍ଷାତ ହୋଇଛି କୁବୁଜାଙ୍କର ।

ମଥୁରାରେ ମହାରାଜ କଂସ ଅପରାହ୍ନରେ ନଗର ଭ୍ରମଣରେ ବାହାରିଥିଲେ। ମୃତ୍ୟୁକୁ ନେଇ ଭୀତତ୍ରସ୍ତ କଂସ ମହାରାଜ କୃଷ୍ଣ ନାମ ଶୁଣିଲେ ବିରକ୍ତି ପ୍ରକାଶ କରୁଛନ୍ତି। ତାଙ୍କର ଏହି ଭ୍ରମଣ ବେଳେ ମଥୁରାର ଆମ୍ର ବନରେ ପହଞ୍ଚି ସେଠାରେ କୃଷ୍ଣ ଭକ୍ତିରେ ନିମଗ୍ନ ଥିବା ମୁନିଋଷିଙ୍କ ଉପରେ କ୍ରୋଧାନ୍ବିତ ହୋଇ ଉଠିଥିଲେ। ମହାରାଜାଙ୍କ ଆଦେଶକ୍ରମେ ଦୈତ୍ୟମାନେ ମୁନିଋଷିଙ୍କ ଉପରେ ପ୍ରବଳ ଅତ୍ୟାଚାର କରିଥିଲେ।

କୃଷ୍ଣ-ବଳରାମଙ୍କୁ ମଥୁରା ନଗରୀରେ ପୂଜା କରାଯାଉଥିବା ଜାଣି କ୍ରୋଧ୍ୱାନିତ ହୋଇଯାଇଛନ୍ତି ମହାରାଜା କଂସ ।

କଂସଙ୍କ କାନରେ ଦୈବବାଣୀ ଗୁଞ୍ଜରିତ ହେଉଛି । ମନରେ ଆସିଛି ଭୟର ସଂଚାର ହେବା ସହ ମନ ଅଥୟ ମଧ୍ୟ ହୋଇ ଯାଉଛି ।

ଦୃଷ୍ଟ କଂସ ନିଜ ମନକୁ ଭୁଲାଇବା ସକାଶେ ନୃତ୍ୟ ଗୀତର ଆସର ଜମାଇଛି ।

Leave A Reply

Your email address will not be published.