Latest Odisha News

BREAKING NEWS

ଚିହ୍ନି ପାରିବେ କି ଏହି ଫଟୋ କାହାର ?

ନୂଆଦିଲ୍ଲୀ: ନିକଟରେ ଆମର ଏକ ଅତି ପ୍ରିୟ ଜୀବର କ୍ଲୋଜ ଅପ ଫଟୋ ସମ୍ମୁଖକୁ ଆସିଛି । ଏହି ଫଟୋ ହରର ଫିଲ୍ମର ଦୃଶ୍ୟ ପରି ଲାଗୁଛି । ତେବେ ଏଥିପାଇଁ ଲିଥୁୟାନିୟାର ଫଟୋଗ୍ରାଫର ୟୁଜିନିୟସ କ୍ୱାଲିୟାଉସ୍କାନଙ୍କୁ ୨୦୨୨ ନିକନ ସ୍ମଲ ୱାର୍ଲ୍ଡ ଫଟୋ ମାଇକ୍ରୋଗ୍ରାଫି ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ମିଳିଛି । ଫଟୋ ଏତେ ଭୟଙ୍କର ହୋଇଛି ଯେ, ବେଶୀ ସମୟ ଏହାକୁ ଦେଖି ହେଉ ନାହିଁ । ଜଜମାନଙ୍କୁ ମଧ୍ୟ ପ୍ରଥମେ ବିଶ୍ୱାସ ହୋଇ ନ ଥିଲା ଯେ, ଏହା ଏକ ପିମ୍ପୁଡିର ଫଟୋ । କିଛି ନୂଆ ଫଟୋ ଉତୋଳନ କରିବା ଉଦ୍ଦେଶ୍ୟରେ ସେ ପିମ୍ପୁଡି ଉପରେ ମନୋନିବେଶ କରିଥିଲେ । ସେ ଏହାକୁ ଜୁମ କରି ଉଠାଇବା ପରେ ପିମ୍ପୁଡି ଏକ ହରର ଫିଲ୍ମର ଭୟଙ୍କର ଜୀବ ପରି ଦେଖା ଯାଇଥିଲା ।

ସେ ଏହି ଫଟୋର ନାମ ଆଂଟ (କାମ୍ପନୋଟସ) ରଖିଥିଲେ । ଷ୍ଟେରିଓ ୧୦ ଗୁଣନ ମାଇକ୍ରୋସ୍କୋପ ତଳେ ପାଂଚ ଥର ଜୁମ କରିବା ପରେ ଏହି ରୂପ ସମ୍ମୁଖକୁ ଆସିଥିଲା । ସୋସିଆଲ ମିଡିଆରେ ଏବେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର୍ସଙ୍କ ମତରେ ଏଥର ପିମ୍ପୁଡିଙ୍କୁ ହାଲକା ଭାବେ ନେଇ ହେବନି ।

Comments are closed.