Latest Odisha News

BREAKING NEWS

ଝାରସୁଗୁଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଝାରସୁଗୁଡା: ୨୦୨୪ ପାଇଁ ଅଙ୍କକଷା ଆରମ୍ଭ । ଝାରସୁଗୁଡାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି  ।  ଏହି ପଦଯାତ୍ରା ଝଣ୍ଡା ଛକରୁ ଆରମ୍ଭ ହୋଇ ଝାରସୁଗୁଡା ଟାଉନ ପରିକ୍ରମା କରିବା ସହ କାଳିମନ୍ଦିର ରୋଡସ୍ଥିତ ରାଉତରାୟ ବଗିଚାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ  ନେତୃତ୍ୱରେ ଆଜି ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି  ।

BjdElectrycity

ବିଜୁ ଜନତା ଦଳର ନେତୃମଣ୍ଡଳୀ ଜନସାଧାରଣଙ୍କ ପାଖକୁ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ରାଜ୍ୟକୁ ବିକାଶଧାରାରେ ଆଗେଇ ନେଉଥିବାବେଳେ ତାଙ୍କ ନେତୃତ୍ୱରେ ଓଡିଶା ବିକାଶର ଶିଖରକୁ ପହଞ୍ଚାଇଛି । ରାସ୍ତାଘାଟ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ମହିଳା ସଶକ୍ତିକରଣ, ଶିକ୍ଷା ବ୍ୟବସ୍ଥା ଆଦି ସୁଦୃଢ ହେଉଛି । ତେଣୁ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ରାଜ୍ୟବାସୀଙ୍କ ସମର୍ଥନ ରହିଛି ଏବଂ ରହିଥିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି  ।

 

Leave A Reply

Your email address will not be published.