Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ-ଜାଗୃତି, ଦେଖନ୍ତୁ ଫଟୋ…

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ସାମ୍ନାକୁ ଆସିଲା ସେମାନଙ୍କ ବିବାହର ଫଟୋ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ୨୦୨୫ରେ ସାତ ଜନ୍ମର ସାଥୀ ସାଜିଲେ ଅନୁଭବ-ଜାଗୃତି।

ଦିଲ୍ଲୀରେ ଏହି ହାଇପ୍ରୋଫାଇଲ୍ ବାହାଘର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ହେଉଛି। ଭିଣ୍ଟେଜ କାରରେ ବର ବେଶରେ ଆସିଛନ୍ତି ଅନୁଭବ। ଉଭୟଙ୍କ ବିବାହ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ମାର୍ଚ୍ଚ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।

ସୂଚନାଯୋଗ୍ୟ, ୨୦୧୪ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବାହାଘର ହୋଇଥିଲା। ପରେ ୨୦୨୩ ଡିସେମ୍ବର ୨୧ ତାରିଖରେ ବିବାହ ବିଚ୍ଛେଦ ହୋଇଥିଲା। ଏହାପୂର୍ବରୁ ଜାଗୃତିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ବାରମ୍ବାର ଓଡ଼ିଶା ଆସୁଥିଲେ ଜାଗୃତି ଶୁକ୍ଳା। ନିକଟରେ ଅନୁଭବଙ୍କ ଉପରେ ଲେଖିଥିବା ଜୀବନୀ ମଧ୍ୟ ରିଲିଜ୍ ହୋଇଥିଲା।

Comments are closed.