ଭୁବନେଶ୍ୱର: ରାଜ୍ୟରେ ପକ୍ଷୀ ଓ କୁମ୍ଭୀର ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଓଡ଼ିଶା ବନ ବିଭାଗ ଦ୍ୱାରା କରାଯାଇଥିବା ବାର୍ଷିକ ପକ୍ଷୀ ଗଣନାରେ ଏହା ଜଣାପଡିଛି । ଜାନୁଆରୀ ୨୦୨୪-୨୫ର ପ୍ରଥମ ୨ ସପ୍ତାହ ମଧ୍ୟରେ ହୋଇଥିବା ପକ୍ଷୀ ଗଣନା ଅନୁସାରେ ବର୍ତ୍ତମାନେ ରାଜ୍ୟର ବନ୍ୟ ଅଞ୍ଚଳ ଏବଂ ଆର୍ଦ୍ରଭୂମିରେ ମୋଟ ୨,୩୪୯,୮୯୫ ପକ୍ଷୀ ଥିବା ରେକର୍ଡ ହୋଇଛି ।
ପୂର୍ବ ବର୍ଷ କରାଯାଇଥିବା ଗଣାନା ଅନୁସାରେ ଏହା ବୃଦ୍ଧି ଘଟିଛି । ପୂର୍ବ ବର୍ଷର ପକ୍ଷୀ ଗଣନାରେ ୨,୨୨୨,୮୧୮ ଥିବା ରେକର୍ଡ ହୋଇଥିବା ନେଇ ମଙ୍ଗଳବାର ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଥିବା ତିନି ପ୍ରକାରର କୁମ୍ଭୀର ଭିତରୁ ୨୦୨୪-୨୫ ମସିହାରେ ହୋଇଥିବା ଗଣନା ଅନୁସାରେ, ଲୁଣିଆ କୁମ୍ଭୀରଙ୍କ ସଂଖ୍ୟା ୧୮୮୧ ଏବଂ ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେହିପରି ୨୦୨୩-୨୪ରେ ୨୫୭ ଥିବାବେଳେ, ୨୦୨୪-୨୫ ଗଣନାରେ ସାମାନ୍ୟ ହ୍ରାସ ପାଇ ୨୨୧ରେ ପହଞ୍ଚିଛି ।
ତେବେ ପକ୍ଷୀ ଗଣନା ପାଇଁ ୨୦୨୪-୨୫ ମସିହାରେ ଖର୍ଚ୍ଚ ୯,୫୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ୨୦୨୦-୨୧ ମସିହାରେ ୮,୮୦,୦୦୦ ଟଙ୍କା ଥିଲା । ସେହିପରି କୁମ୍ଭୀର ଗଣନା ପାଇଁ ୨୦୨୪-୨୫ରେ ଖର୍ଚ୍ଚ ୪,୧୭,୩୩୫ ଟଙ୍କା ଥିଲା, ଯାହା ୨୦୨୨-୨୩ ରେ ୬,୯୦,୫୬୦ ଟଙ୍କା ଥିଲା ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
Comments are closed.