Latest Odisha News

BREAKING NEWS

ବର୍ଷାଙ୍କ ସହ ବିବାଦ ପରେ ଅନୁଭବ ବଖାଣିଲେ ଅନୁଭୂତି, ‘ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲି’

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ତଥା ଓଲିଓଡ କଳାକାର ମର୍ମାହତ । ନିଜ ପତ୍ନୀଙ୍କ ସହ ବିବାଦ ପରେ ମର୍ମାହତ ହୋଇଛନ୍ତି ଏବଂ ଥରେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ବୋଲି ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି । ଯାହା ତାଙ୍କ ସହ ଘଟିଛି ସେଥିପାଇଁ ସେ ଅନୁତପ୍ତ । ସେ ଓ ତାଙ୍କ ପରିବାର ବହୁତ କଷ୍ଟରେ ରହିଛନ୍ତି । ତାଙ୍କ କଥା ମିଡିଆ କିଛି ନଶୁଣି ଅନେକ କିଛି କହୁଛି ହେଲେ ଏହାର ସତ୍ୟତା ଭିନ୍ନ । ପତ୍ନୀଙ୍କ ସହ ବିବାଦ ପରେ ସେ ନିଜର ରାଜନୈତିକ କ୍ୟାରିରକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।

ନିକଟରେ ବିଜେଡି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିଲା। ଆଉ ଏଥିରେ ଅନୁଭବଙ୍କ ନାଁ ନଥିଲା। ପତ୍ନୀ ବର୍ଷାଙ୍କ ସହ ବିବାଦ ପରେ ବିଜେଡି ଏବେ ତାର ପୂର୍ବତନ କ୍ରାଉଡପୁଲରଙ୍କୁ ପ୍ରଚାର ତାଲିକାରୁ ଦୂରେଇ ରଖିଛି। ଯାହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୁଏ । ତେବେ ଏପରି ଚର୍ଚ୍ଚା ଅନୁଭବଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି। ମାମଲା କୋର୍ଟରେ ରହିଛି । ବିଳମ୍ବିତ ହେଉଛି । ହେଲେ ଗଣମାଧ୍ୟମ ଯେଇଁ ଭଳି ତାଙ୍କ କଥାକୁ ଚିତ୍ରଣ କରୁଛି ତାହା ସତ ନୁହେଁ । ଏହାକୁ ସେ ମିଡିଆ ଟ୍ରାଏଲ ବୋଲି ପରୋକ୍ଷରେ କହିଛନ୍ତି।

ଏହାଦ୍ୱାରା ଆଗାମୀ ଦିନରେ ସେ ନିଜ ଦଳ ବିଜେଡିରୁ ଟିକେଟ୍ ପାଇବେ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ସେ ଆଗାମୀ ଦିନରେ ଲୋକଙ୍କ ପାଇଁ ଲଢେଇ କରିବେ । ସେ ଆତ୍ମହତ୍ୟା କରିବା ପାଇଁ ଯେଉଁ ଚିନ୍ତା କରିଥିଲେ ତାହା ସେ ଆଉ କେବେ କରିବେ ନାହିଁ ବୋଲି ଦମ୍ଭର ସହ କହିଛନ୍ତି। ଆଗକୁ ଅନେକ ସମସ୍ୟା ଆସିଲେ ବି ସେ ସମସ୍ୟାକୁ ସାମ୍ନା କରିବେ ବୋଲି କହିଛନ୍ତି।

ନିଜେ ଜାରି କରିଥିବା ଊିଡିରେ ଅନୁଭବ କହିଛନ୍ତି, ପରିବାର ପରେ ସେ ସବୁଠୁ ଭଲ 2008ରେ ବର୍ଷାଙ୍କୁ ଭଲ ପାଉଥିଲେ। ଆଉ ବିବାହ କରିଥିଲେ। ସେ ମଧ୍ୟମ ଶ୍ରେଣୀ ପରିବାରରୁ ଆସିଥିବା ପିଲା। ଆଉ ତାଙ୍କ ବାପା ମା ଭଲ ସଂସ୍କାର ଦେଇଛନ୍ତି । ସେ କେବେ ବର୍ଷାଙ୍କ ବ୍ୟତୀତ ଆଉ କାହାକୁ କେବେ ଅନ୍ୟ ନଜରରେ ଦେଖିନାହାନ୍ତି। କିନ୍ତୁ ଏବେ ଯେଉଁଭଲି ତାଙ୍କୁ ଚିତ୍ରଣ କରାଯାଉଛି ସେ ନେଇ ଚିନ୍ତିତ ବୋଲି କହିଛନ୍ତି।

Leave A Reply

Your email address will not be published.