Latest Odisha News

BREAKING NEWS

ହାତ ପାର୍ଟି ଛାଡିବା ପରେ ପଦ୍ମ ପୋଖରୀରେ ବୁଡ଼ ପକାଇଲେ ସୁନୀଲ ଜାଖର

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖର ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ଅଫିସରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଦଳରେ ସେ 50 ବର୍ଷ ରହିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁନୀଲ ଜାଖର।

ତାଙ୍କ ବାପା ବଳରାମ ଜାଖର ମଧ୍ୟ ଜଣେ କଂଗ୍ରେସ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଥିଲେ। କିନ୍ତୁ ତାଙ୍କ ପୁତୁରା ସନ୍ଦୀପ ଜାଖର ଯିଏକି ଅବୋହରରୁ ବିଧାୟକ ଅଛନ୍ତି, ସେ ଏବେ ବି କଂଗ୍ରେସରେ ଅଛନ୍ତି। ବିଜେପିରେ ମିଶିବା ପରେ ସୁନୀଲ ଜାଖରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କଂଗ୍ରେସ ଚିନ୍ତନ ଶିବିରର ପ୍ରଥମ ଦିନରେ ଜାଖର ଏକ ଆବେଗପୂର୍ଣ୍ଣ ବୟାନ ଦେଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ସୁନୀଲ ଜାଖରଙ୍କୁ ଦଳରେ ସ୍ୱାଗତ କରିଥିବା ଜେପି ନଡ୍ଡା କହିଛନ୍ତି ଯେ ସେ କଂଗ୍ରେସରେ ଥିବା ବେଳେ ମଧ୍ୟ ଭିନ୍ନ ଭାବମୂର୍ତ୍ତିର ନେତା ଥିଲେ। ସୁନୀଲ ଜାଖର ସବୁବେଳେ ଚାଷୀଙ୍କ ପାଇଁ କାମ କରୁଥିଲେ ବୋଲି ସେ କହିଛନ୍ତି। ଆଜି ପଞ୍ଜାବରେ ଜାତୀୟତାବାଦୀ ଶକ୍ତିମାନଙ୍କ ମଧ୍ୟରେ ବିଜେପି ଏକ ନମ୍ବର ସ୍ଥାନରେ ରହିଛି। ମୁଁ ନିଶ୍ଚିତ ଯେ ବିଜେପି ସେମାନଙ୍କ ସହ ମିଶି ପଞ୍ଜାବକୁ ଏକ ନୂଆ ଶିଖରରେ ପହଞ୍ଚାଇବ।

ପଞ୍ଜାବ, ପଞ୍ଜାବିୟତ ଏବଂ ଶିଖ୍ ଧର୍ମ ବିଷୟରେ କିଛି ଜାଣିନଥିବା ଦିଲ୍ଲୀରେ ବସିଥିବା ଲୋକମାନେ ପଞ୍ଜାବ କଂଗ୍ରେସକୁ ଧୋକା ଦେଇଛନ୍ତି ବୋଲି ଜାଖର ଏହି ଅବସରରେ କହିଛନ୍ତି। ସୁନୀଲ ଜାଖର କଂଗ୍ରେସ ହାଇକମାଣ୍ଡଙ୍କୁ କଟାକ୍ଷ କରିବା ବେଳେ ମୋଗଲ ସମ୍ରାଟ ବାବରଙ୍କ କଥା ଉଲ୍ଲେଖ କରିଥିଲେ । ଯେତେବେଳେ ବାବର ପ୍ରଥମ ଥର ପାଇଁ ହାତୀକୁ ଦେଖିଥିଲେ, ସେତେବେଳେ ସେ ତା’ ଉପରେ ବସି ଏହାର ଲଗାମ କେଉଁଠି ଅଛି ବୋଲି ପଚାରିଥିଲେ। ଏହା ଅନ୍ୟ କାହା ହାତରେ ଅଛି ବୋଲି ତାଙ୍କୁ କୁହାଯାଇଥିଲା। ସେ କହିଥିଲଲେ, ଯେଉଁ ପଶୁକୁ ଆପଣ ନିୟନ୍ତ୍ରଣ କରିପାରନ୍ତି ନାହିଁ, ତା’ ଉପରେ ଚଢ଼ିବା କଥା  ଠିକ କି?

Leave A Reply

Your email address will not be published.