Latest Odisha News

BREAKING NEWS

ଅନୁଗୁଳରେ ୧୫୦୦୦ରୁ ଉର୍ଦ୍ଧ ଅଫିମ ଚାଷ ନଷ୍ଟ କଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗଞ୍ଜେଇ ଚାଷ ପରେ ଏବେ ଅଫିମ ଚାଷ ପୋଲିସର ଚିନ୍ତା ବଢାଇଛି। ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲା ଉପାନ୍ତ ଅଞ୍ଚଳ ନଗିରା ଓ ସିବିଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରେ ବେଆଇନ ଅଫିମ ଗଛ ନଷ୍ଟ କରାଯାଇଛି।

ଅନୁଗୁଳ ଓ ପାଲଲହଡ଼ା ପୋଲିସ ମିଳିତ ଭାବେ ଚଢ଼ାଉ କରି ୨ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଅଫିମ ଗଛ ନଷ୍ଟ କରିଛି।

ସୂଚନା ଅନୁସାରେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ପୋଲିସର ଏକ ଟିମ ଏବଂ ପାଲଲହଡ଼ା ଉପଖଣ୍ଡ ପୋଲିସ ଅଧିକାରିଣୀ ସୁମନ ରଞ୍ଜିତ ସିଂଙ୍କ ନେତୃତ୍ୱରେ ଏକ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ। ୨ ଏକର ଜମିରେ ୧୫୦୦୦ ରୁ ଉର୍ଦ୍ଧ ଅଫିମ ଗଛ ନଷ୍ଟ କରାଯାଇଛି।

ତେବେ ଏତେ ବଡ ଅଞ୍ଚଳରେ ଏତେ ପରିମାଣର ଅଫିମ ଗଛ କିଏ ଓ କିଭଳି କଲା ସେନେଇ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

Comments are closed.