Latest Odisha News

BREAKING NEWS

ଗୃହରେ ବିରୋଧୀ-ଶାସକ ମୁହାଁମୁହିଁ, ବିଧାନସଭା ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ହଟ୍ଟଗୋଳ । ମଣ୍ଡିରେ ଧାନକିଣା ଅବ୍ୟବସ୍ଥାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି । ଗତକାଲି ଭଳି ଆଜି ବି ମଣ୍ଡି ତାତିରେ ଚାଲି ପାରିନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳରେ ବିରୋଧୀ-ଶାସକ ଗୃହରେ ମୁହାଁମୁହିଁ ହୋଇଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ ।

ଏଥିସହ ପଢ଼ନ୍ତୁ- ଆଜି ଆରମ୍ଭରୁ ବିଧାନସଭା ହୁଲସ୍ତୁଲ, ଶାସକ-ବିରୋଧୀ ଦଳ ମୁହାଁମୁହିଁ

ପ୍ରଶ୍ନକାଳ ପରେ ବି ଶୂନ୍ୟକାଳରେ ବିଧାନସବାର ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି ଶାସକ ଓ ବିରୋଧୀ ବିଧାୟକ । ଫଳରେ ବାଚସ୍ପତି ବିଧାନସଭାକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି ।

ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଧାୟକ ସରକାରଙ୍କୁ ଦାୟୀ କରି ଗୃହରେ ହୋହଲ୍ଲା କରୁଛନ୍ତି । ଅନ୍ୟପଟେ ବିଧାନସଭାରେ ଦେବଗଡ଼ ବିଜେପି ବିଧାୟକ ଆତ୍ମହତ୍ୟା ପାଇଁ ଧମକ ଦେବାକୁ ନେଇ ଶାସକ ବିଜେଡି ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କରିଛି । ଶାସକ-ବିରୋଧୀଙ୍କ ଏଭଳି ଆରୋପ ପ୍ରତ୍ୟାରୋପ ବୟାନବାଜି ଯୋଗୁଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।

Leave A Reply

Your email address will not be published.