Latest Odisha News

BREAKING NEWS

(ଅନୁପମା) ସିରିଏଲ୍‌ ଆକ୍ଟର ପାରସ୍ କଲନାୱାତଙ୍କୁ କରୋନା

ନୂଆଦିଲ୍ଲୀ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ ‘ଅନୁପମା’ରେ ଅଭିନୟ କରୁଥିବା ଅଭିନେତା ପାରସ୍ କଲନାୱାଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୋ’ର ନିର୍ମାତା ରାଜନ ଶାହି ଏକ ସରକାରୀ ବିବୃତ୍ତିରେ ଏହାକୁ ନେଇ ସ୍ପଷ୍ଟୀକରଣ ହେଇଛନ୍ତି। ଏହାସହିତ ସେ କହିଛନ୍ତି ଯେ ପାରସ ଏବେ ସଙ୍ଗରୋଧରେ ରହିଛନ୍ତି।

“ନିର୍ମାତା ରାଜନ ଶାହି କହିଛନ୍ତି ଯେ ସମ୍ପ୍ରତି, ପାରସ୍‌ଙ୍କ ଚିକିତ୍ସା ଚାଲିଛି। ମୁଁ ତାଙ୍କ ସହିତ ଏବଂ ସମଗ୍ର ଦଳ ସହିତ ନିରନ୍ତର ଯୋଗାଯୋଗରେ ଅଛି କାରଣ ସେମାନଙ୍କର ସ୍ୱାସ୍ଥ୍ୟ ଆମର ପ୍ରାଥମିକତା। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ଏବଂ ସେ ଖୁବ୍‌ ଶୀଘ୍ର ତାଙ୍କ କର୍ମସ୍ଥଳୀକୁ ଫେରି ଆସନ୍ତୁ ବୋଲି ନିର୍ମାତା କହିଛନ୍ତି।

Comments are closed.