Latest Odisha News

BREAKING NEWS

ଆଜି ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀବିଗ୍ରହ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକଠାରୁ ପାଦ ଯାଏ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ । ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ରତ୍ନସିଂହାସନରେ ମହାପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରି ପାରିବେ ଭକ୍ତ ।

କରୋନା ଯୋଗୁ ଶ୍ରୀଜିଉଙ୍କୁ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ଏବେ ଦର୍ଶନ କଟକଣା କୋହଳ ହୋଇଥିବାରୁ ପଦ୍ମ ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାର ସୁଯୋଗ ମିଳିଛି ।

ପରମ୍ପରା ଅନୁସାରେ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ, ସେହିଦିନ ମହାପ୍ରଭୁଙ୍କ ଏହି ପଦ୍ମବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

Leave A Reply

Your email address will not be published.