Latest Odisha News

BREAKING NEWS

ଅନୁପ୍ରିୟା ହେଲେ ମାଲକାନଗିରିର ପ୍ରଥମ ଆଦିବାସୀ ମହିଳା ପାଇଲଟ

ମାଲକାନଗିରି : ପାଇଲଟ ସାଜିଲେ ଓଡ଼ିଶାର ଆଦିବାସୀ ଝିଅ । ମାଲକାନଗିରି ଜିଲ୍ଲାର ଏହି ସାହସୀ ଝିଅର ନାମ ହେଉଛି ଅନୁପ୍ରିୟା ଲାକ୍ରା। ଏକ ଘରୋଇ ଏୟାର ଲାଇନ୍ସରେ ଅନୁପ୍ରିୟା କୋ-ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ।

ଅନୁପ୍ରିୟାଙ୍କ ବାପା ମାରିନିୟସ୍‌ ଲାକ୍ରା ଜଣେ ଓଡ଼ିଶା ପୁଲିସର ହାବିଲଦାର ଅଟନ୍ତି । ଅନୁଙ୍କ ମାଆଙ୍କ ନାଁ ଜାମାଜ୍‌ ୟାସମିନ୍‌ ଲାକ୍ରା ।

ମିଳିଥିବା ସୂଚନା ଅନୁସାରେ ପିଲାଟି ବେଳୁ ଆକାଶରେ ଏରୋପ୍ଲେନ ଉଡ଼ାଇବା ପାଇଁ ଇଚ୍ଛା ରଖିଥିବା କହନ୍ତି ଅନୁପ୍ରିୟା । ମାଲକାନଗିରିର ଦୀପ୍ତି କନ୍‌ଭେଣ୍ଟରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ସେମିଳିଗୁଡ଼ା ଜୀବନ ଜ୍ୟୋତି ବିଦ୍ୟାଳୟରେ ସେ ପଢ଼ନ୍ତି ଯୁକ୍ତ ୨ । ଏହାପରେ ଇଞ୍ଜିନିୟରିଂ ପଢିବା ପାଇଁ ଭୁବନେଶ୍ବର ଆସନ୍ତି ସେ। ହେଲେ ପାଇଲଟ ହେବା ନିଶାରେ ଇଞ୍ଜିନିୟରିଂ ପାଠ ଅଧାରୁ ଛାଡ଼ି ଭୁବନେଶ୍ୱରର ଗତି ଇନଷ୍ଟିଚ୍ୟୁଟରେ ପାଇଲଟ ତାଲିମ ପାଇଁ ଅନୁପ୍ରିୟା କରନନ୍ତି ଆବେଦନ ।

ଏ ନେଇ ସେ ଦିଲ୍ଲୀ, ବାଙ୍ଗାଲୁରୁ ଓ ମୁମ୍ବାଇରେ ପ୍ରବେଶିକା ପରୀକ୍ଷା ଦେଇ ଶେଷରେ କୃତକାର୍ଯ୍ୟ ମଧ୍ୟ ହୁଅନ୍ତି । ୨୦୧୨ରୁ ପାଇଲଟ ପାଇଁ ସ୍ୱତନ୍ତ୍ର ତାଲିମ ନେଉଥିବା ବେଳେ ଏଥିପାଇଁ ତାଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ମିଳୁଥିଲା ।

ଚଳିତ ମାସରେ ସାକାର ହୋଇଛି ଅନୁପ୍ରିୟାଙ୍କ ଆକାଶରେ ଉଡିବାର ସପ୍ନ । ଦକ୍ଷତାର ସହ ତାଲିମପ୍ରାପ୍ତ କୋ-ପାଇଲଟ ଭାବେ ଅନୁପ୍ରିୟା ଏବେ ଏକ ଘରୋଇ ବିମାନ କମ୍ପାନିରେ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.