Latest Odisha News

BREAKING NEWS

ଏହି ବଡ଼ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି ଲତା ମଙ୍ଗେସକର

ମୁମ୍ବାଇ: ସ୍ୱର ଜଗତର ରାଣୀ କୋକିଳ କଣ୍ଠି ଲତା ମଙ୍ଗେସଙ୍କର ନିଜ କଣ୍ଠସ୍ୱର ପାଇଁ ଦେଶ ତଥା ବିଦେଶରେ ରହିଛି ବେଶ୍ ଲୋକପ୍ରିୟତା । ପୂର୍ବରୁ ଅନେକ ପୁରସ୍କାରର ଅଧିକାରିଣୀ ହୋଇଥିବା ଲତାଜୀଙ୍କୁ ପୁଣି ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି ।

ମିଳିଥିବା ସୂଚନା ଅନୁସାରେ ଭାରତ ସରକାରଙ୍କ ପକ୍ଷରୁ ଲତାଜୀଙ୍କ ୯୦ତମ ଜନ୍ମଦିନରେ ତାଙ୍କୁ ଏହି ବଡ଼ ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତା ସେପ୍ଟେମ୍ବର ୨୮ରେ ଲତାଜୀଙ୍କର ଜନ୍ମ ଦିନ ପଡୁଥିବା ବେଳେ, ଏହି ଅବସରରେ ଭାରତ ସରକାର ତାଙ୍କୁ ‘ଡଟର ଅଫ୍‌ ଦ ନେଶନ’ ସମ୍ମାନରେ ସମ୍ମାନିତ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି ।

ସଙ୍ଗୀତ ଜଗତ ପ୍ରତି ତାଙ୍କର ରହିଥିବା ଅହେତୁକ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି। ସ୍ୱର ରାଇଜର ରାଣୀ ଲତାଜୀ ଦେଶର ସ୍ୱରକୁ ପ୍ରତିନିଧିତ୍ୱ କରୁଥିବାରୁ ସେ ଏହି ସମ୍ମାନରେ ସମ୍ମାନିତ ହେବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.