ମୁମ୍ବାଇ: ଖୁବ୍ଶୀଘ୍ର ବଲିଉଡର ସୁପର ଷ୍ଟାର ସିଙ୍ଗର ତଥା ଅଭିନେତା ସ୍ୱର୍ଗତ କିଶୋର କୁମାରଙ୍କ ଆସିବ ବାୟୋପିକ୍ । ଏନେଇ ନିର୍ଦ୍ଦେଶକ ଅନୁରାମ ବାସୁ ଘୋଷଣା କରିଛନ୍ତି । ସେ କିଶୋର କୁମାରଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମର ଲିଡ୍ ରୋଲ୍ ତଥା କିଶୋର କୁମାରଙ୍କ ଭୂମିକାରେ ରଣବୀର କପୁରଙ୍କୁ ପ୍ରସ୍ତାବ ଦିଆଯାଇଛି । ରଣବୀର ମଧ୍ୟ ଏହି ଫିଲ୍ମ ପାଇଁ ହଁ କରିଛନ୍ତି । ଏହି ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହ ମଧ୍ୟ ଅଛନ୍ତି । ଆସନ୍ତା ମାସରେ ସ୍କ୍ରିନ ଟେଷ୍ଟ ଆରମ୍ଭ ହେବ ।
ପୂର୍ବରୁ ଅନୁରାଗ ଓ ରଣବୀର ‘ବର୍ଫି’ ଫଲ୍ମରେ ଏକାଠି କାମ କରିସାରିଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସ୍ରେ ସୁପରହିଟ୍ ମଧ୍ୟ ହୋଇଥିଲା । ତେବେ ପୁଣି ଥରେ ଏଇ ଯୋଡି ଏକାଠି କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ରଣବୀର ଅପଜିଟ୍ରେ ଅନୁରାଗ, ଦୀପିକା ପାଦୁକୋନ ଓ ସୋନମ କପୁରଙ୍କୁ ନେବା ପାଇଁ ଯୋଜନା ଚାଳାଇଛନ୍ତି । ତେବେ ରଣବୀରଙ୍କ ଅପଜିଟ୍ରେ କିଏ ରହିବ ସେ ନେଇ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.