Latest Odisha News

BREAKING NEWS

ପ୍ରେମ ସପ୍ତାହରେ ଏହିଭଳି କରନ୍ତୁ ନିଜ ପ୍ରେମର ନିବେଦନ….

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ନିଜ ମନର ମଣିଷକୁ ମନର କଥା କହିବା ପାଇଁ ପ୍ରେମୀ ଯୁଗଳ ବାଛୁଛନ୍ତି ନୂଆ ନୂଆ ପନ୍ଥା । ତେବେ ସମସ୍ତଙ୍କ ଠାରୁ ଆପଣ ଯଦି କିଛି ଅଲଗା ଭାବେ ନିଜ ସାଥୀଙ୍କୁ ପ୍ରେମ ନିବେଦନ କରିବେ ତେବେ ସେ ନିହାତି ଖୁସି ହୋଇଯିବେ ।

ଲଭ ଲେଟର:

ଆଜିର ଫେସ୍‌ବୁକ୍‌ ହ୍ଵାଟ୍ସଆପ୍‌ ଯୁଗରେ ଯଦି ଆପଣଙ୍କୁ କେହି କହେ ଚିଠି ଲେଖି ସାଥୀଙ୍କୁ ନିଜ ମନ କଥା କୁହ, ତେବେ ଅଜବ ଲାଗି ସ୍ୱାଭାବିକ। କାରଣ ଏବେ ଫୋନ୍‌ରେ ଟାଇପ୍‌ କରି ମାତ୍ର କିଛି ସେକେଣ୍ଡ ମଧ୍ୟରେ ମେସେଜ୍‌ ପଠାଯାଇପାରୁଥିବା ବେଳେ କିଏ କାଗଜ କଲମରେ ପରିଶ୍ରମ କରି ଚିଠି ଲେଖି ପୁଣି ତାକୁ ପଠାଇବାରେ ସମୟ ନଷ୍ଟ କରିବାକୁ ଚାହିଁବ। କିନ୍ତୁ ପ୍ରକୃତ ସତ କଥା ହେଉଛି ନିଜ ହାତରେ ଲେଖାଯାଇଥିବା ଚିଠିର ମୂଲ୍ୟ ମେସେଜ୍‌ ଠାରୁ ଢେର ଗୁଣ ଅଧିକା। ଏହା ମନର ଭାବନାକୁ ଭଲ ଭାବେ ପ୍ରକାଶ କରିବାରେ ସାହାଯ୍ୟ କରେ। ଏହି ଉପାୟ ଆପଣାନ୍ତୁ ଦେଖିବେ ଆପଣଙ୍କୁ ପାର୍ଟନର କିଭଳି ଖୁସି ହୋଇଯିବେ ।

ମୋବାଇଲ ଓ ହାତ ଲେଖା ପ୍ରେମ ପତ୍ର ଭିତରେ ବହୁତ ପାର୍ଥକ୍ୟ ରହିଛି। ଯାହା ଆପଣ ନିଜେ କୌଣସି ଆପଣାଙ୍କୁ ଲେଖିଲେ ହିଁ ଅନୁଭବ କରିପାରିବେ।

ମୋବାଇଲ୍‌ରେ ମେସେଜ୍‌ ଟାଇପ୍‌ କରିବା ବେଳେ ଆମ ମନରେ ପ୍ରେମିକାଙ୍କ ପ୍ରତି ଥିବା ଭାବନାକୁ ଏତେଟା ସ୍ପଷ୍ଟ ଭାବେ ଲେଖିପାରିନଥାଉ। କିନ୍ତୁ କଲମ ଧରି ଚିଠି ଲେଖିବାକୁ ବସିଲେ ଆଖି ସାମ୍ନାକୁ ସାଥୀଙ୍କ ମୁହଁ ଚାଲିଆସେ ଓ ସ୍ୱତଃପ୍ରବୃତ୍ତ ଭାବେ ତାଙ୍କ ପ୍ରତି ଥିବା ମନର ଭାବନା ଲେଖି ହୋଇଯାଏ। ଯାହାକୁ ପଢ଼ିବା ବେଳେ ପାର୍ଟନର ବି ତାଙ୍କ ପ୍ରତି ଆପଣଙ୍କ ଭଲ ପାଇବାକୁ ବୁଝିପାରନ୍ତି।ଏହା ଦ୍ୱାରା ଆପଣଙ୍କ ମନର ସବୁ ଭାବନା ସାଥୀଙ୍କ ପର୍ଯ୍ୟନ୍ତ ପହଞ୍ଚିଥାଏ।

ପ୍ରେମ ପତ୍ରକୁ ହାତରେ ଧରି ପଢ଼ିବା କିମ୍ବା ଭଲ ପାଉଥିବା ଲୋକର ହାତରେ ଦେବା ଅନୁଭବ ମଧ୍ୟ ନିଆରା। ଚିଠି ଦେବା ବେଳେ ଆପଣ ସାଥୀଙ୍କୁ ପାଟିରେ କମ୍‌ ଆଖିରେ ଅଧିକ କଥା କହିଥାନ୍ତି। ଯାହା ପ୍ରେମକୁ ଆହୁରି ମଜଭୁତ କରିଥାଏ।

Leave A Reply

Your email address will not be published.