ମୁମ୍ବାଇ: ବଲିଉଡର ଭେଟେରାନ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅ ତଥା ଅଭିନେତ୍ରୀ ଆଲିଆ କାଶ୍ୟପଙ୍କ ନିର୍ବନ୍ଧ ଶେଷ ହୋଇଛି । ତାଙ୍କର ଦୀର୍ଘ ଦିନର ପ୍ରେମିକ ସଚିନ ଗ୍ରେଗୋରଙ୍କ ସହ ନିର୍ବନ୍ଧ ହୋଇଛି । ଆଲିଆ ନିଜେ ସୋସିଆଲ ମିଡ଼ିଆରେ ଏହାର ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଆଲିଆ ତାଙ୍କ ହାତରେ ଏକ ଏନଗେଜମେଣ୍ଟ ରିଙ୍ଗ ପିନ୍ଧିଥିବାର ନଜର ଆସିଛନ୍ତି । ଆଲିଆ ଦୀର୍ଘ ସମୟ ଧରି ସଚିନଙ୍କୁ ଡେଟ କରୁଥିଲେ । ସେ ତାଙ୍କ ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୁଅନ୍ତି । ଖୁବ୍ଶୀଘ୍ର ବିବାହ ତାରିଖ ସ୍ଥିର କରାଯିବ ବୋଲି ସେ କହିଛନ୍ତି ।
ଇଣ୍ଡୋନେସିଆର ବାଲି ସହରରେ ଏହି ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଉଭୟ ପରିବାରର ସଦସ୍ୟ ଓ କିଛି ସମ୍ପର୍କୀୟ ଉପସ୍ଥିତ ଥିଲେ । ଏହି ଖବର ପାଇବା ପରେ ଆଲିଆଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
Comments are closed.