Latest Odisha News

BREAKING NEWS

ଦ୍ୱିତୀୟ ସନ୍ତାନର ମାଆ ହେଲେ ଅନୁଷ୍କା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ସନ୍ତାନର ମାଆ ହୋଇଛନ୍ତି । ଗର୍ବିତ ବାପା କୋହଲି ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଫେବୃୟାରୀ ୧୫ରେ ଆମେ ଆମର କୁନି ପୁଅ ଆକାୟକୁ ଏହି ଦୁନିଆକୁ ସ୍ୱାଗତ କରିଛୁ । ତେବେ ୫ ଦିନ ପରେ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସେମାନଙ୍କର ଭାମିକା ନାମକ ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଏହା ଆମ ଜୀବନର ଏକ ସୁଖଦ କ୍ଷଣ ବୋଲି କୋହଲି ଲେଖିଛନ୍ତି । ଦୀର୍ଘ ଦିନ ଧରି ପ୍ରେମରେ ପଡିବା ପରେ କୋହଲି ଓ ଅନୁଷ୍କା ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ ।

୧୧ ଜାନୁୟାରୀ ୨୦୨୧ରେ ସେମାନଙ୍କ ଭାମିକା ନାମକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କୋହଲି ଏବେ ପତ୍ନୀଙ୍କ ପାଖରେ ରହିବା ପାଇଁ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି । ଏବି ଡିଭିଲର୍ସ କିଛି ଦିନ ତଳେ କୋହଲି ବାପା ହେବାକୁ ଯାଉଛନ୍ତି ବୋଲି କହିଥିଲେ । ଅବଶ୍ୟ ପରେ ସେ ଏ ନେଇ କ୍ଷମା ପ୍ରାର୍ଥନା କରିଥିଲେ । କୋହଲି ବାପା ହେବା ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.