Latest Odisha News

BREAKING NEWS

୩୨ ବର୍ଷ ସାନ ମହିଳାଙ୍କ ପ୍ରେମରେ ପଡିଛନ୍ତି କି ପୁତିନ !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏବେ ଆଉ ଏକ କାରଣ ନେଇ ଚର୍ଚ୍ଚାରେ ରହିଛନ୍ତି । ବ୍ରିଟେନର ଏକ ଖବରକାଗଜ ୟୁକ୍ରେନ ମିଡିଆ ସୂତ୍ରରୁ ଏହି ଖବର ପ୍ରସାରଣ କରିଛି । ତାଙ୍କଠାରୁ ୩୨ ବର୍ଷ ସାନ ଏହି ମହିଳାଙ୍କ ନାମ ଏକାତୋରିନା କାତ୍ୟା ମୁଜୁଲିନା । ସେ ୟୁକ୍ରେନ ବିରୋଧୀ ଜଣେ ସିନେଟରଙ୍କ ଝିଅ ବୋଲି କୁହାଯାଉଛି । ପୂର୍ବରୁ ମଧ୍ୟ ପୁତିନଙ୍କ ନାମ ପୂର୍ବ ଅଲିମ୍ପିଆନ ସ୍ୱର୍ଣ୍ଣ ପଦକ ବିଜେତା ଅଲୀନା କାବେବାଙ୍କ ସହ ଯୋଡା ଯାଇଥିଲା । ସେମାନେ ଦୀର୍ଘ ସମୟ ରିଲେଶନଶିପରେ ରହିଥିଲେ । ସେମାନଙ୍କର ୩ଟି ସନ୍ତାନ ରହିଛି । ତେବେ ପୁତିନ ଏ ସମ୍ପର୍କରେ କେବେ କୌଣସି ବୟାନ ଦେଇ ନାହାନ୍ତି ।

୧୯୮୩ରେ ପୁତିନ ଲ୍ୟୁଡମିଲା ପୁତିନଙ୍କୁ ବିବାହ କରିଥିଲେ । ୨୦୧୪ ପର୍ଯ୍ୟନ୍ତ ଏହି ସମ୍ପର୍କ ତିଷ୍ଠି ଥିଲା । କାତ୍ୟା ୨୦୦୪ରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ସ୍କୁଲ ଅଫ ଓରିଂଏଟାଂଲ ଆଣ୍ଡ ଆଫ୍ରିକାନ ଷ୍ଟଡିଜରେ ଗ୍ରାଜୁଏଶନ କରିଥିଲେ । ସେ କଳା, ଇତିହାସ ଓ ଇଣ୍ଡୋନେସିଆ ଭାଷାରେ ଡିଗ୍ରୀ ହାସଲ କରିଥିଲେ ।

Leave A Reply

Your email address will not be published.