Latest Odisha News

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ବେଶ୍ ଚର୍ଚ୍ଚାରେ । କେତେବେଳେ କ୍ରିକେଟର ସ୍ୱାମୀ ବିରାଟଙ୍କ ସହ ଫଟୋ ଶେୟାର କରି ତ ଆଉ କେତେବେଳେ ଅନ୍ୟ କିଛି କାରଣକୁ ନେଇ । ଏବେ ସେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଅନୁଷ୍କା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଡେବ୍ୟୁ କରିବେ ବୋଲି ଜଣାଯାଇଛି । ଏଥିରେ ବିଶ୍ୱର ଅନେକ ମହିଳାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ନିକଟରେ ସବୁଠାରୁ ବଡ଼ ଫ୍ୟାଶନ ଇଭେଣ୍ଟ ମେଟ୍ ଗାଲା ୨୦୨୩ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଡେବ୍ୟୁ କରିଥିବା ବେଳେ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅନୁଷ୍କା ଡ଼େବ୍ୟ କରିବେ । ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ ଲେନେନ ବିରାଟ କୋହଲି ଏବଂ ଅନୁଷ୍କାଙ୍କ ସହ ଟୁଇଟରରେ ଏକ ଫଟୋ ଶେୟାର କରି ଅନୁଷ୍କା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖାଯିବେ । ଫ୍ରାନ୍ସ ରାଷ୍ଟ୍ରଦୂତ ଲେଖିଛନ୍ତି, ‘ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଭେଟିବା ଏକ ଆନନ୍ଦଦାୟକ ଘଟଣା । ମୁଁ ଆଗାମୀ ଟୁର୍ନାମେଣ୍ଟପାଇଁ ବିରାଟ ଏବଂ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛି । ଅନୁଷ୍କାଙ୍କ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ବିଷୟରେ ଆଲୋଚନା କରିଛି । ତେବେ ଏଥିରୁ ଜଣାପଡୁଛି ଯେ, ଅନୁଷ୍କା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରନ୍ତି ।

Comments are closed.