Latest Odisha News

BREAKING NEWS

BJP Leader Slams Shahrukh ‘ଶାହାରୁଖର ଫିଲ୍ମ ଯିଏ ଦେଖିବ ସେ ଦେଶଦ୍ରୋହୀ’: କିଙ୍ଗଖାନଙ୍କ ଉପରେ ବର୍ଷିଲେ ବିଜେପି MLA

ନୂଆଦିଲ୍ଲୀ:  IPL ୨୦୨୬ ସମୟରେ କୋଲକାତା ନାଇଟ୍ ରାଇଡର୍ସ (kkr) ଦଳରେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ସାମିଲ କରାଯିବାକୁ ନେଇ ରାଜନୈତିକ ଏବଂ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଛି। ବର୍ତ୍ତମାନ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ବାହାର କରାଯାଇଛି, କିନ୍ତୁ ଏସବୁ ମଧ୍ୟରେ,ବଲିଉଡର କିଙ୍ଗ ଶାହରୁଖ ଖାନ ବିଜେପି ନେତାଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ବିଶେଷକରି, ବିଜେପି ବିଧାୟକ ନନ୍ଦ କିଶୋରଗୁର୍ଜରଙ୍କ ଏକ ବିବାଦୀୟ ବୟାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରୁଛି। ବିଜେପି ବିଧାୟକ ଶାହରୁଖ ଖାନଙ୍କୁ ‘ରାକ୍ଷସ-ଜିହାଦୀ’ ବୋଲି କହିଛନ୍ତି ।ଉତ୍ତର ପ୍ରଦେଶର ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଏକ ରାଲିରେ ଶାହରୁଖ ଖାନଙ୍କ ଉପରେ କଠୋର ଆକ୍ରମଣ କରିଥିଲେ।

ଏକ ଭାଇରାଲ ଭିଡିଓରେ ସେ ମଞ୍ଚରୁ ଶାହରୁଖ ଖାନଙ୍କୁ “ରାକ୍ଷସ” ଏବଂ “ଜିହାଦି ଘୁଷୁରୀ” ବୋଲି କହି ଜନସାଧାରଣଙ୍କୁ ତାଙ୍କ ଫିଲ୍ମ କେବେ ନ ଦେଖିବା ପାଇଁ ଅନୁରୋଧ କରୁଥିବାର ଦେଖାଯାଇଛି। ସେ କହିଛନ୍ତି, “ସେ ଜଣେ ନିଶ୍ଚିତ ଜିହାଦୀ ଘୁଷୁରୀ, ତାଙ୍କ ଫିଲ୍ମ ନ ଦେଖିବା ପାଇଁ ପ୍ରତିଜ୍ଞା କରନ୍ତୁ।” ନନ୍ଦ କିଶୋର ଦାବି କରିଛନ୍ତି ଯେ ଶାହରୁଖ ଖାନ ୯ କୋଟିଣେ ଜଣେ ବାଂଲାଦେଶୀ ଖେଳାଳିଙ୍କୁ ବାଛିଛନ୍ତି, ଯେଉଁ ବାଂଲାଦେଶର ଭାରତୀୟମାନଙ୍କୁ ହିନ୍ଦୁ ମାନଙ୍କୁ ନୃଶଂସ ଭାବେ ହତ୍ୟା କରୁଛନ୍ତି । ଭାରତରେ କ’ଣ ଆଉ କେହି ଭଲ ଖେଳାଳି ନଥିଲେ ହିନ୍ଦୁ ଯୁବକ କ’ଣ ଭଲ ଖେଳିପାରିବେନି ସେ କ’ଣ ପାଇଁ ସେହି ବାଂଲାଦେଶର ଖେଳାଳି ବାଛିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ।

https://twitter.com/i/status/2007331155725709476

ଭିଡିଓରେ ନନ୍ଦ କିଶୋର ଆଗକୁ କହୁଛନ୍ତି, “ଏହା ମୋଦି ଏବଂ ଯୋଗୀଙ୍କ ଯୁଗ, ଏବଂ ସନାତନର ଶତାବ୍ଦୀ। ଯିଏ ନିୟମ ପାଳନ କରେ ତାକୁ ସ୍ୱାଗତ। ଯଦି ଆପଣ ମାନେ ଟିଭିରେ ଶାହରୁଖ ଖାନଙ୍କ ଫିଲ୍ମ ଦେଖୁଛ, ତେବେ ଏହାକୁ ପରିବର୍ତ୍ତନ କରନ୍ତୁ। ଏପରି କଲେ ଏହା ହେବ ପ୍ରକୃତ ଦେଶପ୍ରେମ। ସମସ୍ତେ ନିଜ ଘରେ ବସି ମଧ୍ୟ ଦେଶ ପାଇଁ କାମ କରିପାରିବେ।” ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଛି, କେତେକ ତାଙ୍କ କଥାକୁ ନିନ୍ଦା କରିଛନ୍ତି ଏବଂଅନ୍ୟମାନେ ତାଙ୍କୁ ସମର୍ଥନ କରିଛନ୍ତି। ବିଜେପି ନେତାଙ୍କ ବିବାଦୀୟ ବୟାନ ଏବଂ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, କୋଲକାତା ନାଇଟ୍ ରାଇଡର୍ସ ସ୍ପଷ୍ଟ କରିଛି ଯେ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ବାହାର କରାଯାଇଛି।

କେକେଆର ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ପୋଷ୍ଟ କରିଛି ଯେ ବିସିସିଆଇ/ଆଇପିଏଲ୍ ନିର୍ଦ୍ଦେଶ ଏବଂ ପାରସ୍ପରିକ ପରାମର୍ଶ ପରେ ଏହି ପଦକ୍ଷେପ ନିଆଯାଇଛି।ଶାହରୁଖ ଖାନଙ୍କ ଉପରେ ଆକ୍ରମଣ, ଜଣେ ବାଂଲାଦେଶୀ କ୍ରିକେଟରଙ୍କୁ ଦଳରେ ସାମିଲ କରିବା ଏବଂ ଜଣେ ବିଜେପି ନେତାଙ୍କ ବିବାଦୀୟ ବୟାନ ଆଇପିଏଲର ଉତ୍ସାହ ଏବଂ ଉଷ୍ମ ରାଜନୈତିକ ବିତର୍କକୁ ବୃଦ୍ଧି କରିଛି।

Leave A Reply

Your email address will not be published.