Latest Odisha News

BREAKING NEWS

ଭାରତରେ ପୁଣି ନୋଟବନ୍ଦୀ ! ବନ୍ଦ ହେବ କି ୫୦୦ ଟଙ୍କିଆ ? ଜାଣନ୍ତୁ ବନ୍ଦହେଲେ କି ନହେଲେ କ’ଣ ପ୍ରଭାବ…

ବ୍ୟୁରୋ: ଭାରତରେ ବନ୍ଦ ହୋଇଯିବ କି ୫ଶହ ଟଙ୍କିଆ ? ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ୫ଶହ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯାହାକୁ ନେଇ ଏବେ ପୁଣି ନୋଟବନ୍ଦୀ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କାହିଁକି ବନ୍ଦ ହେବ ୫ଶହ ଟଙ୍କିଆ? ୫ଶହ ଟଙ୍କିଆ ନୋଟ୍ ବନ୍ଦ ହେଲେ କି ପ୍ରଭାବ ପଡିବ ଆଉ ବନ୍ଦ ନହେଲେ କି ପ୍ରଭାବ ପଡୁଛି , ଜାଣିବା ଆବଶ୍ୟକ । କାହିଁକି ଆମେରିକା ୟୁରୋପ ପରି ଦେଶ ଏତେ ବଡ ନୋଟ୍ ଛାପୁନାହାନ୍ତି, ସେ ବିଷୟରେ ବିସ୍ତ୍ରୃତରେ ଜାଣିବାକୁ ପଡିବ । …

ଦୁନିଆର ସବୁଠୁ ମଜଭୁତ ଅର୍ଥବ୍ୟବସ୍ଥା ଥିବା ଦେଶ ବଡ ନୋଟ୍ ଛାପିବାରେ ଗୁରୁତ୍ୱ ଦେଉନାହାନ୍ତି । କାରଣ ବଡ ନୋଟ୍‌ରେ କଳା ଧନ ବନ୍ଦ ହେବନି । ଆମେରିକାର ସବୁଠୁ ବଡ ନୋଟ୍ ହେଉଛି ଶହେ ଡଲାର । ତାପରେ ବି ସବୁ ବର୍ଷ ଶହ ଶହ ଆରବ ଡଲାର ଟାକ୍ସ ସରକାରଙ୍କ ପାଖରେ ପହଂଚିପାରୁନି । ଅର୍ଥାତ୍ ବଡ ନୋଟ୍ ପ୍ରଚଳନ ମାନେ କଳାଧନକୁ ପ୍ରୋତ୍ସାହନ । ଆମେରିକାରେ ସାଧାରଣ ବ୍ୟବହାର ପାଇଁ ସବୁଠୁ ବଡ ନୋଟ୍ ହେଉଛି ୧୦୦ ଡଲାର୍ । ପୂର୍ବରୁ ଆମେରିକା ୫୦୦, ହଜାରେ, ୫ହଜାର ଓ ୧୦ ହଜାର ଡଲାର ନୋଟ୍ ଜାରି କରିଥିଲା । ହେଲେ ୧୯୬୯ରେ ଏହି ବଡ ନୋଟ୍ ବନ୍ଦ କରିବାକୁ ନିଷ୍ପତ୍ତି ହେଲା । କାରଣ, ଏହାର ବ୍ୟବହାର କମ୍ ହେଉଥିଲା ଏବଂ ନଗଦ ଦେଣନେଣରେ ମଧ୍ୟ ଅସୁବିଧା ହେଉଥିଲା ।

ୟୁରୋପରେ ପୂର୍ବରୁ ୫ଶହ ୟୁରୋର ନୋଟ୍ ଚାଲିଥିଲା । ୨୦୧୯ରେ ୟୁରୋପୀୟ ସେଂଟ୍ରାଲ ବ୍ୟାଙ୍କ ଏହାର ଉତ୍ପାଦନ ଓ ପ୍ରଚଳନ କରିବା ବନ୍ଦ କରିଦେଲ।। କାରଣ ବେଆଇନ କାମରେ ଏହି ଟଙ୍କା ବ୍ୟବବହାର ହେଉଥିଲା । ଏବେ ୟୁରୋପରେ ସବୁଠୁ ବଡ ନୋଟ୍ ହେଉଛି ୨୦୦ ୟୁରୋ । କୁଏତରେ ସବୁଠୁ ବଡ ନୋଟ୍ ହେଉଛି ୨୦ ଦିନାର୍ , ସେଠାକାର ୨୦ ଦିନାର୍ ଭାରତରେ ୬ହଜାର ଟଂକା ସହ ସମାନ । ବାହାରିନ୍‌ରେ ମଧ୍ୟ ସବୁଠୁ ବଡ ଓ ପୁରୁଣା ନୋଟ ୨୦ଦିନାର୍ । ସେଠାକାର ୨୦ଟଙ୍କା ଭାରତରେ ୫ହଜାର ଟଙ୍କା ସହ ସମାନ ।

ସେପଟେ ଇରାକ୍‌ରେ ୨୫ହଜାର ଓ ୫୦ହଜାର ଦିନାର୍‌ର ନୋଟ୍ ମଧ୍ୟ ମିଳୁଛି । ସେଠାକାର ୨୦ଟଙ୍କା ଭାରତର ୧.୫ ଟଙ୍କା ସହ ସମାନ । ଏଥିରୁ ଜଣାପଡୁଛି ଇରାକ ମୁଦ୍ରା କେତେ ଦୁର୍ବଳ । ଏଥିପାଇଁ ସେଠାରେ ନୋଟ୍ ହେଉଛି ମହଙ୍ଗା । ମୁଦ୍ରାସ୍ପିତି ଏହାର ମୁଖ୍ୟ କାରଣ । କମ୍ କ୍ରୟ କ୍ଷମତା ଥିବା ଦେଶ ଗୁଡିକରେ ଅଧିକ ମୂଲ୍ୟର ନୋଟର ଆବଶ୍ୟକତା ବୃଦ୍ଧି ପାଉଛିା ଏହା ବ୍ୟତୀତ କିଛି ଦେଶରେ ଲୋକେ ଏବେବି ନଗଦରେ ବଡ ପରିମାଣର କ୍ରୟ କରିବାକୁ ପସନ୍ଦ କରୁଛନ୍ତି । ଡିଜିଟାଲ ପେମେଂଟ ଓ ବ୍ୟାଙ୍ଗିଙ୍କର ବ୍ୟବାହର ଯେତେ ବ୍ୟାପକ ହେବ, ଅଧିକ ମୂଲ୍ୟର ନୋଟ୍‌ର ଆବଶ୍ୟକତା ସେତେ କମ୍ ହୋଇପାରେ ।

Leave A Reply

Your email address will not be published.