Latest Odisha News

BREAKING NEWS

ଆନ୍ଧ୍ର ନେତାଙ୍କ ହତ୍ୟା ଘଟଣା: ଦୁର୍ଦ୍ଦାନ୍ତ ମାଓବାଦୀ କୋରାପୁଟରୁ ଗିରଫ

କୋରାପୁଟ : ଗତବର୍ଷ ସେପ୍ଟେମ୍ବର ମାସରେ ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ଆନ୍ଧ୍ର ନେତାଙ୍କ ହତ୍ୟା ଘଟଣାରେ କୋରାପୁଟ ପୋଲିସ ଶୁକ୍ରବାର ଦିନ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ କୋରାପୁଟ ଏସପି ଡଃ କନୱର ବିଶାଳ ସିଂହ କହିଛନ୍ତି, ଗିରଫ ମାଓବାଦୀ ଡମ୍ବରୁ ଖିଲା କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି ର ଏକ ସକ୍ରିୟ ସଦସ୍ୟ ଥିଲା ଏବଂ ତାଙ୍କୁ ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଚାଟୁଆ ପଞ୍ଚାୟତ ନିକଟ କୋଡ଼ିଖାଲ ଗ୍ରାମରୁ ଗିରଫ କରାଯାଇଛି ।

ଆହୁରି ମଧ୍ୟ “ଡମ୍ବରୁକୁ ପ୍ରଥମେ ସ୍ଥାନୀୟ ଅଦାଲତରେ ହାଜର କରାଯିବ ଏବଂ ତା’ପରେ ଏନଆଇଏ ଟିମକୁ ହସ୍ତାନ୍ତର କରାଯିବ” ବୋଲି ଶ୍ରୀଯୁକ୍ତ ସିଂହ କହିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଆରୁକୁ ନିର୍ବାଚନମଣ୍ଡଳୀର ବିଧାୟକ ସର୍ବେଶ୍ୱର ରାଓ ଏବଂ ସେହି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସିବିରି ସୋମାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ଡମ୍ବରୁର ସମ୍ପୃକ୍ତି ରହିଥିବା ନେଇ ଏନଆଇଏର ତଦନ୍ତ ପରେ ଜଣାପଡିଥିଲା ।

ଆହୁରି ମଧ୍ୟ ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଏନଆଇଏର ଏକ ଟିମ୍ ଡମ୍ବରୁକୁ ଧରିବା ପାଇଁ କୋରାପୁଟ ଜିଲ୍ଲାର ନନ୍ଦାପୁର, ପାଡୁଆ, ଚଟୁଆ ଓ ଜାଜାପୁଟ ଅଞ୍ଚଳରେ ଛାନଭିନ୍ ଆରମ୍ଭ କରିଥିଲେ ।

Leave A Reply

Your email address will not be published.