Latest Odisha News

BREAKING NEWS

ଭଦ୍ରକରେ ଘନ କୁହୁଡ଼ି ନେଲା ୩ ଜଣଙ୍କ ଜୀବନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ପ୍ରାଣହାନୀ ଘଟିଛି । ଏହି ଦୁର୍ଘଟଣା ଶୁକ୍ରବାର ଦିନ ସକାଳେ ପ୍ରବଳ ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡ଼ି ବଜାରର ସିନେମା ହଲ ମୁଖ୍ୟ ରାସ୍ତାରେ ଶୁକ୍ରବାର ଦିନ ପୂର୍ବରୁ ରାସ୍ତାକଡ଼ରେ ଏକ ଟ୍ରକ ରହିଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଚାନ୍ଦବାଲି ପଟୁ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ଧକ୍କା ଦେଇଥିଲା । ଏହା ଫଳରେ ସ୍ପର୍ପିଓରେ ଥିବା ୨ ଜଣ ବ୍ୟକ୍ତଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ସେହିପରି ଅନ୍ୟ ଏକ ଘଟଣା ଘଟିଛି ଶୁକ୍ରବାର ସକାଳ ସମୟରେ ଭଦ୍ରକ ୧୬ ନଂ ଜାତୀୟ ରାଜପଥର ଭଦ୍ରକ-ବାଲେଶ୍ୱର ରାସ୍ତା ହାଇଟେକ୍ ଇଞ୍ଜିନିୟରିଂ ନିକଟରେ । ଘନ କୁହୁଡ଼ି ଯୋଗୁଁ ଦୁଇଟି ଟ୍ରକ୍ ସାମ୍ନାସାମ୍ନି ଧକ୍କା ଲାଗିବା ଯୋଗଁ ଏହି ଦୁର୍ଘଟଣା ଘଟିଛି ।

ଗୋଟିଏ ଟ୍ରକର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଡ୍ରାଇଭରଙ୍କ ନାମ ଜଣାପଡ଼ିନଥିଲେ ମଧ୍ୟ ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ସୂଚନା ମିଳିଛି ।

ଶୁକ୍ରବାର ଦିନ ଉପକୂଳ ଜିଲ୍ଲାମାନଙ୍କରେ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଯାନବାହନ ଚଳାଚଳରେ ବାଧା ଉପୁଜିଥିବାର ଲକ୍ଷ୍ୟ କରାଯାଇଛି । ଏହି ଘନ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣାର ଯଥେଷ୍ଟ ଆଶଙ୍କା ରହୁଛି ।

Leave A Reply

Your email address will not be published.