Latest Odisha News

BREAKING NEWS

ଆପଣଙ୍କ ପିଲାଙ୍କ ପାଇଁ କାହିଁକି ଜରୁରୀ ଅପାର କାର୍ଡ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଆପର୍ କାର୍ଡ ଏକ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି କାର୍ଡ ଭାବରେ ମଧ୍ୟ ଜଣାଶୁଣା। ଏହା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପଦକ୍ଷେପ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ସମସ୍ତ ଛାତ୍ରଙ୍କୁ ଏକ ଅନନ୍ୟ ଏବଂ ଡିଜିଟାଲ୍ ଏକାଡେମିକ୍ ରେକର୍ଡ ପ୍ରଦାନ କରିବା। ଏହି ରେକର୍ଡରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ଅନ୍ତର୍ଭୁକ୍ତ ରହିବ। ଯେପରିକି ପରୀକ୍ଷା ଫଳାଫଳ, ପ୍ରମାଣପତ୍ର, ପୁରସ୍କାର ଏବଂ ସଫଳତା ଇତ୍ୟାଦି। ଏହା ଏକ ପ୍ରାଧିକୃତ ସରକାରୀ ପରିଚୟ ପତ୍ର ହେବ। ବିଭିନ୍ନ ସୁବିଧା ଏବଂ ଯୋଜନା ପାଇଁ ଏହା ଆବଶ୍ୟକ ହୋଇପାରେ।

ଆପାର କାର୍ଡର ଲାଭ: ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ଶୈକ୍ଷିକ ଦସ୍ତାବିଜକୁ ଗୋଟିଏ ସ୍ଥାନରେ ସଂଗୃହିତ କରି ରଖିବା ସହଜ ସାଧ୍ୟ ହେବ। ଏହା ଛାତ୍ରମାନଙ୍କୁ ସେମାନଙ୍କର ଏକାଡେମିକ୍ ଅଗ୍ରଗତି କରିବାରେ ସାହାଯ୍ୟ କରିବ। ଏହା ଶିକ୍ଷାନୁଷ୍ଠାନ ଏବଂ ନିଯୁକ୍ତିଦାତାମାନଙ୍କୁ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ସହଜରେ ଯାଞ୍ଚ କରିବାରେ ମଧ୍ୟ ବେଶ ସହାୟକ ହେବ ବୋଲି ସରକାର ସୂଚନା ପ୍ରଦାନ କରିଛନ୍ତି। ଏହା ଛାତ୍ରମାନଙ୍କୁ ବିଭିନ୍ନ ଛାତ୍ରବୃତ୍ତି ଏବଂ ଯୋଜନା ପାଇଁ ଆବେଦନ କରିବାକୁ ସହଜ କରିବ।

ଛାତ୍ରମାନେ ନିଜ ବିଦ୍ୟାଳୟ କିମ୍ବା କଲେଜ ମାଧ୍ୟମରେ ଆପର କାର୍ଡ ପାଇଁ ଆବେଦନ କରିପାରିବେ। ଆବେଦନ କରିବାକୁ ଛାତ୍ରମାନଙ୍କୁ ସେମାନଙ୍କର ଆଧାର କାର୍ଡ ନମ୍ବର ଏବଂ ପିତାମାତାଙ୍କ ସମ୍ମତି ପ୍ରଦାନ କରିବାକୁ ପଡିବ। ବିଦ୍ୟାଳୟ କିମ୍ବା କଲେଜ ଛାତ୍ରଛାତ୍ରୀଙ୍କ ଆବେଦନକୁ ଶିକ୍ଷା ମନ୍ତ୍ରଣାଳୟକୁ ପଠାଇବ। ଶିକ୍ଷା ମନ୍ତ୍ରଣାଳୟ ଛାତ୍ରଛାତ୍ରୀଙ୍କ ଆବେଦନ ସମୀକ୍ଷା କରିବ ଏବଂ ଆପାର କାର୍ଡ ପ୍ରଦାନ କରିବ।

Leave A Reply

Your email address will not be published.