Latest Odisha News

BREAKING NEWS

ତୃତୀୟ ସନ୍ତାନର ପିତା ହେଲେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ ୱିଲିୟମସନ

ହାମିଲଟନ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ କେନ ୱିଲିୟମସନ ତୃତୀୟ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସାରା ରହୀମ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏହା ପୂର୍ବରୁ ୨୦୧୯ରେ ସାରାଙ୍କ ଗୋଟିଏ ଝିଅ ଏବଂ ୨୦୨୨ରେ ପୁଅ ହୋଇଥିଲା । ୱିଲିୟମସନ ପତ୍ନୀ ଓ ନୂଆ ଅତିଥି ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି । ସେ ଲେଖିଛନ୍ତି ଏହି ଦୁନିଆକୁ ତୁମକୁ ସ୍ୱାଗତ । ତୁମର ସୁରକ୍ଷିତ ଆଗମନ ଓ ଆଗକୁ ଥିବା ରୋମାଂଚକ ଯାତ୍ରା ପାଇଁ ତୁମ ନିକଟରେ ଋଣୀ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ୱିଲିୟମସନ ଏଥିପାଇଁ ଓହରି ଯାଇଥିଲେ ।

ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜରେ ସେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ, କିଛି ଦିନ ତଳେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଘରକୁ ନୂଆ ଅତିଥି ଆସିଥିଲେ । ସେ ତାଙ୍କ ପୁଅର ନାମ ଅକାୟ ରଖିଛନ୍ତି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୩ଟି ଶତକ ମାରି ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.