Latest Odisha News

BREAKING NEWS

ରାଜଧାନୀର ସାଂସଦ ହୋଇ ନିଜକୁ ଅସୁରକ୍ଷିତ ମଣୁଛି: ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବା ବେଳେ ବାରମ୍ବାର ବିରୋଧର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ରବିବାର ସାଂସଦ ଅପରାଜିତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ତାଙ୍କ ସୁରକ୍ଷା ପାଇଁ ଦାୟୀ।

‘ଗତ ୩ ଦିନ ଧରି ମୋ ନିର୍ବାଚନ ମଣ୍ଡଳୀ ଓ ଆଖପାଖ ଅଞ୍ଚଳ ଗସ୍ତ ସମୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି, ଯାହାକୁ ମୁଁ ଗୁଣ୍ଡାଗିରି ବୋଲି କହିବାକୁ ଚାହେଁ। ମୁଁ ଆଜି ଜୟଦେବ ପରିଦର୍ଶନରେ ଯିବି ଏବଂ ଏ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ମୋର ସୁରକ୍ଷା ସେମାନଙ୍କ ଦାୟିତ୍ୱ। ଯଦି ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରତି କର୍ତ୍ତବ୍ୟ ପାଳନ କରିବା ସମୟରେ ଯୋଜନାବଦ୍ଧ ଭାବେ ମୋ ସଭାକୁ ଭଣ୍ଡୁର କରିବା ପାଇଁ ଆଉ କିଛି ପ୍ରୟାସ କରାଯାଏ, ତେବେ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ’।

ଅପରାଜିତା କହିଥିଲେ ସଭା କରିବା ବେଳେ ଗଣ୍ଡଗୋଳ କରିବାକୁ ଆସି ସେଠାରେ ଧାରଣାରେ ବସିବା ପାଇଁ ଧମକ ଦେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜଣେ ମହିଳା ସାଂସଦ ଏବଂ ଏଠାରେ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି।

ପ୍ରାୟ ୩ ଦିନ ତଳେ ଅପରାଜିତା ଏଠାରେ ଏକ କଲୋନି ଗସ୍ତ ସମୟରେ ବିରୋଧର ସମ୍ମୁଖୀନ ହୋଇଥିଲେ। କୋଭିଡ୍ ମହାମାରୀ ସମୟରେ ମଧ୍ୟ ସେ କେବେ ସେମାନଙ୍କୁ ଭେଟି ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି।

ଗତ ମାସରେ ସହରର ସହୀଦ ନଗରସ୍ଥିତ ଏକ ସ୍ଥାନକୁ ସେ ଗସ୍ତ କରିବାକୁ ଯାଇଥିବା ବେଳେ କିଛି ଲୋକ ବିକ୍ଷୋଭ କରିଥିବା ଅଭିଯୋଗ ହୋଇଥିଲା। ଅପରାଜିତାଙ୍କ କାର୍ଯ୍ୟାଳୟ ତରଫରୁ ଏକ ବିବୃତିରେ କହାଯାଇଛି ଯେ, ସ୍ଥାନୀୟ ବିଜେଡି ନେତାମାନେ ଦୋକାନୀଙ୍କୁ ଧମକ ଦେଇ ତାଙ୍କ ଗସ୍ତକୁ ବିରୋଧ କରିବାକୁ କହିଥିଲେ। କିଛି ମହିଳାଙ୍କୁ ମଧ୍ୟ ଶାସକ ଦଳ ଏହି ଯୋଜନାର ଅଂଶବିଶେଷ ଭାବେ ସଙ୍ଗଠିତ କରିଥିବା ବେଳେ ବିଜେପି ସାଂସଦ ଉକ୍ତ ସ୍ଥାନରେ ପହଞ୍ଚିବା ମାତ୍ରେ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱାଗତ କରିଥିଲେ।

Comments are closed.