Latest Odisha News

BREAKING NEWS

ଅପରାଜିତାଙ୍କ ଟାର୍ଗେଟରେ ବିଏମସି, କହିଲେ ଆଗାମୀ ଦିନରେ ଶଙ୍ଖ ଚି଼ହ୍ନକୁ ଲିଭାଇଦେବେ

ଭୁବନେଶ୍ୱର: ପୂର୍ବତନ ବିଏମସି କମିସନର ତଥା ଏବେର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟରେ ଭୁବନେଶ୍ବର ମହାନଗରମ ନିଗମ (ବିଏମସି)। ବିଭିନ୍ନ କାନ୍ଥରେ କେହି କିଛି ଲେଖିପାରିବେ ନାହିଁ ବୋଲି ବିଏମସି ନୟମ କରିଛି। ଏପରି ନକରି ସହରକୁ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦେଇଛି ବିଜେପି। କିନ୍ତୁ କିଛି ନିର୍ଦ୍ଦିଷ୍ଟ କାନ୍ଥରେ ଉଦ୍ଦିଷ୍ଟ ବିଜ୍ଞାପନ ବା ନେତାଙ୍କ ନାଁକୁ ସଫେଇ କର୍ମଚାରୀଙ୍କ ଦ୍ବାରା ଲିଭା ଯିବାକୁ ନେଇ ଅପରାଜିତା ପ୍ରଶ୍ନ ଉଠାଇଛନ୍ତି।

ଅପରାଜିତା ଫେସବୁକରେ ଏକ ପୋଷ୍ଟ କରି ଲେଖିଛନ୍ତି, ସଫେଇ କର୍ମୀ ଏବଂ ଅନ୍ୟ କର୍ମଚାରୀଙ୍କୁ ବ୍ୟବହାର କରି ଶୁଭେଛୁ ଏବଂ ସମର୍ଥକଙ୍କ ଦ୍ୱାରା ଲେଖାଯାଉଥିବା “ଆଉଥରେ ଅପରାଜିତା “କାନ୍ଥ ଲିଖନ କାହିଁକି ଲିଭା ଯାଉଛି । ସହରର ବିଭିନ୍ନ ମୁଖ୍ୟ ସ୍ଥାନରେ ଆମ ଚି଼ହ୍ନ ଶଙ୍ଖ, ବିକାଶ ଚି଼ହ୍ନ ଶଙ୍ଖ ” କାହିଁକି ଲେଖା ଯାଉଛି ଆଉ ଯଦି ଲେଖା ଯାଇଛି ଲିଭାଯାଉନି କାହିଁକି । ସହର ସଫାରେ ନିଯୁକ୍ତି ଥିବା ଲୋକଙ୍କୁ କାହିଁକି ଦଳୀୟ କାର୍ଯ୍ୟରେ ବିନିଯୋଗ କରାଯାଉଛି। ଯଦି ଲିଭାଯାଉଛି ତାହାଲେ କେବଳ ଗୋଟିଏ ଦଳର କାହିଁକି। ଆଗାମୀ ଦିନରେ ଏଭଳି ହେବାର କୋଣସି କର୍ମଚାରୀଙ୍କୁ ଦେଖିଲେ ବିରୋଧ କରିବୁ ଏବଂ ସେହି କର୍ମଚାରୀଙ୍କୁ ନେଇ ଶଙ୍ଖ ଚି଼ହ୍ନ ଲିଭାଇବା ପାଇଁ ବାଧ୍ୟ୍ୟ କରାଯିବ।

ଖବର ଲେଖା ହେବା ସୁଦ୍ଧା ବିଏମସିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଉଲ୍ଲେଖଯୋଗ୍ଯ, ସହରକୁ ସରସ ସୁନ୍ଦର କରିବାକୁ ପ୍ରଶାସନ ଯଦି ଗଛ, କାନ୍ଥ କିମ୍ବା ଅନ୍ୟ କୌଣସି ସାର୍ବଜନୀନ ସ୍ଥାନରେ କେହି ବେଆଇନ୍ ଭାବେ ପୋଷ୍ଟର ଲଗାଉଛି ତାଙ୍କୁ ଚିହ୍ନଟ କରି ଜରୋମାନା ଲଗାଇଛି। ନିକଟରେ ଦଶହରା ବେଳେ ଅପରାଜିତା ଏବଂ ବିଜେଡିର ପୋଷ୍ଟର ଓ୍ବାର ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଅପରାଜିତା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ୍ଯ ପ୍ରମାଣିତ ହେଲେ ବିଏମସି ଯେ ଶାସକ ଦଳ ପାଇଁ ପରିଚାଳିତ ଏକ ସଂସ୍ଥା ତାହା କହିବା ଅତ୍ୟୁକ୍ତି ହେବ ନାହିଁ।

Leave A Reply

Your email address will not be published.