Latest Odisha News

ବିରୋଧୀଙ୍କୁ ଅପରାଜିତାଙ୍କ ଟାର୍ଗେଟ୍: କହିଲେ, ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା ଜରୁରୀ ଥିଲା

ଭୁ‌ବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଆଇନା ଦେଖାଇ କହିଛନ୍ତି, ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଏବଂ କଂଗ୍ରେସ ଆତ୍ମ ସମୀକ୍ଷା କରିବା ଉଚିତ୍ ଥିଲା। ନିଜ ଶାସନ ଅମଳରେ କଂଗ୍ରେସ ୪୦ ବର୍ଷ ଏବଂ ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା।

ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛନ୍ତି। ଏବେ ବିଜେଡି ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ତାହା ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ୪୦ ବର୍ଷ ସରକାରରେ ଥିଲା। ସେତେବେଳେ ବହୁ ସଂଖ୍ୟାରେ ମହିଳାମାନଙ୍କ ସହ ଅଘଟଣ ଘଟିଥିଲା। କେବେ ବି ରାଷ୍ଟ୍ରପତି ଆସିଥିଲେ କି ?

ବିଜେଡି ୨୪ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ। କଂଗ୍ରେସ ୪୦ ବର୍ଷ ସରକାରରେ ଥିଲା । କାହିଁକି ସେମାନେ ଏବେ ଯାଏଁ ମହିଳା ସୁରକ୍ଷା ପାଇଁ ଇକୋ ସିଷ୍ଟମ ତିଆରି କରି ନଥିଲେ ? ରାଜ୍ୟରେ ଦୋଷାରୋପ ରାଜନୀତି ଚାଲିଛି। ବିରୋଧୀ ଦଳ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ବିରୋଧୀଙ୍କ ଉପେ ବର୍ଷିଲେ ଅପରାଜିତା।

Comments are closed.