Latest Odisha News

BREAKING NEWS

ରାମ ମନ୍ଦିର ନିର୍ମାଣ ପାଇଁ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଦାନ କଲେ ୧୧ ଲକ୍ଷ ଟଙ୍କା

ଲକ୍ଷ୍ନୌ: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅବଧ ପ୍ରାନ୍ତ ପ୍ରଚାରକ କୌଶଳ ଓ କାର୍ଯ୍ୟବାହୀ ପ୍ରଶାନ୍ତ ଭାଟିଆ ଅପର୍ଣ୍ଣା ଯାଦବଙ୍କ ବାସଭବନରେ ପହଞ୍ଚିଥିଲେ । ଅପର୍ଣ୍ଣା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ସମର୍ପିତ କରିଛନ୍ତି । ତାଙ୍କ ସମର୍ଥକ ମଧ୍ୟ ସ୍ୱଇଚ୍ଛାରେ ରାଶି ଦାନ କରିଥିଲେ।

ଅପର୍ଣ୍ଣା ଯାଦବ କହିଛନ୍ତି, ଶ୍ରୀରାମଙ୍କ ଉପରେ ତାଙ୍କର ଆସ୍ଥା ରହିଛି । ସେଥିପାଇଁ ସେ ମନ୍ଦିର ନିର୍ମାଣ ପାଇଁ ସ୍ୱଇଚ୍ଛାରେ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ କହିଛନ୍ତି ପ୍ରଭୁ ଶ୍ରୀରାମ ଭାରତର ଚରିତ୍ର, ସଂସ୍କାର ଓ ସମସ୍ତଙ୍କ ଆସ୍ଥାର କେନ୍ଦ୍ର। ମନ୍ଦିର ରାଷ୍ଟ୍ର ପାଇଁ ନିର୍ମାଣ ହେଉଛି। ପ୍ରତ୍ୟେକ ଭାରତୀୟ ମନ୍ଦିର ନିର୍ମାଣ ପାଇଁ ଦାନ କରିବା ଉଚିତ ବୋଲି ସେ କହିଛନ୍ତି।

ଶ୍ୱଶୁର ମୁଲାୟମ ସିଂହ ଯାଦବ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅଯୋଧ୍ୟାରେ ହୋଇଥିବା ଗୁଳିକାଣ୍ଡକୁ ଦୁଃଖଦ ବୋଲି ମଧ୍ୟ କହିଛନ୍ତି ଅପର୍ଣ୍ଣା । ମୁଲାୟମ ସିଂହଙ୍କ ଦ୍ୱାରା ଅଯୋଧ୍ୟାରେ କାର ସେବକଙ୍କ ଉପରକୁ ଗୁଳି କରିବା ମାମଲାକୁ ଅପର୍ଣ୍ଣା ନିନ୍ଦା କରିଛନ୍ତି । ସେ କହିଛନ୍ତି ସେ ପୂର୍ବରୁ ଯାହା କରିଥିଲେ ଓ ଯେଉଁ ପରିସ୍ଥିତିରେ କରିଥିଲେ ଯାହା ବି ଘଟିଥିଲା ବହୁତ ଦୁଃଖଦ ଥିଲା । ଯାହା ବିତିଯାଇଛି ତାକୁ ସେ ବଦଳାଇ ପାରିବେନି କିନ୍ତୁ ତାକୁ ନେଇ କୌଣସି ମନ୍ତବ୍ୟ ଦେବା ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.