Latest Odisha News

୩ ଦିନିଆ ଓଡ଼ିଶା ଗସ୍ତରେ ଆପ୍ ନେତା ସୌରଭ ଭରଦ୍ୱାଜ ଓ ବିରେନ୍ଦର ସିଂ, ଆଶାୟୀ ପ୍ରାର୍ଥୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକାକୁ ଦୃଷ୍ଟିରେ ରଖି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ଯାଣ୍ଟର ବିଧାୟକ ବୀରେନ୍ଦ୍ର ସିଂ କାଡିଆନ ତିନି ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ପହଁଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରଠାରେ ରାଜ୍ଯ ସଭାପତି ନିଶିକାନ୍ତ ମହାପାତ୍ର, ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ସହିତ ହଜାର ହଜାର କର୍ମୀ ସେମାନଙ୍କୁ ସ୍ବାଗତ କରି ରାଜ୍ଯ ଅତିଥି ଭବନ ଠାରେ ପହଁଞ୍ଚିଥିଲେ।

ପ୍ରଥମ ଦିନରେ ଦଳର ଆଶାୟୀ ପ୍ରାର୍ଥୀ, ଅନ୍ୟ ଦଳରୁ ବିମୁଖ ଆଶାୟୀ ପ୍ରାର୍ଥୀ ତଥା ବିଭିନ୍ନ ମହଲରୁ ବୁଦ୍ଧିଜୀବୀମାନେ ଉଭୟ ମନ୍ତ୍ରୀ ଓ ପ୍ରଭାରୀଙ୍କୁ ଭେଟି ନିଜ ନିଜ କ୍ଷେତ୍ରର ସ୍ଥିତି ଜଣାଇଥିଲେ ଏବଂ ସାଧାରଣ ନିର୍ବାଚନରେ ଭାଗ ନେବାପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ। ଆସନ୍ତାକାଲି ଅନ୍ଯ ଦଳର ଅନେକ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦମୀ ପାର୍ଟି(ଆପ) ମଧ୍ୟ ନିଜର ଦଳକୁ ମଜବୁତ କରିଛି। ନିର୍ବାଚନ ପୂର୍ବରୁ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନଙ୍କ ଏହା ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଗସ୍ତ। ଏହି ଗସ୍ତରେ ସେ ଦଳକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ।

Comments are closed.