Latest Odisha News

BREAKING NEWS

୨ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହେଲା ଆପଲ୍‌ର ପ୍ରଥମ କମ୍ପ୍ୟୁଟର

ନୂଆଦିଲ୍ଲୀ: ଆପଲ୍ ର ପ୍ରଥମ କମ୍ପ୍ୟୁଟର ଆପଲ୍-୧ ନିକଟରେ ନିଲାମ କରାଯାଇଛି। ଏହି କମ୍ପ୍ୟୁଟରକୁ ୪ ଲକ୍ଷ ଡଲାରରେ ବିକ୍ରି କରାଯାଇଥିଲା। ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨.୯୭ କୋଟି ଟଙ୍କା। ଏହି କମ୍ପ୍ୟୁଟର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହା କମ୍ପାନୀର ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ଏବଂ ଷ୍ଟିଭ୍ ୱୋଜନାଇକ୍ ନିଜ ହାତରେ ତିଆରି କରିଥିଲେ।

ଏହି ୪୫ ବର୍ଷ ପୁରୁଣା କମ୍ପ୍ୟୁଟର ଉଭୟ ପ୍ରତିଷ୍ଠାତା ନିଜେ ଡିଜାଇନ୍ କରିଥିଲେ ଏବଂ ନିଜେ ମଧ୍ୟ ଏହାକୁ ପରୀକ୍ଷା କରିଥିଲେ। ଏହି ପ୍ରକଳ୍ପରେ ସାହାଯ୍ୟ କରିବାକୁ ଜବ୍ସ  ଓ ୱୋଜନାଇକ୍ ଆଉ ଦୁଇଜଣ ଲୋକଙ୍କୁ ନିଯୁକ୍ତି ଦେଇଥିଲେ।

ଏହି କମ୍ପ୍ୟୁଟର Chaffey College Apple -1 କମ୍ପ୍ୟୁଟର ଭାବରେ ମଧ୍ୟ ଜଣାଶୁଣା। କାରଣ ଏହାର ମୂଳ ମାଲିକ ଚାଫି କଲେଜର ପ୍ରଫେସର ଥିଲେ।

Leave A Reply

Your email address will not be published.