Latest Odisha News

BREAKING NEWS

ଆତଙ୍କୀ ଆକ୍ରମଣର ମୁକାବିଲା କରିବା ପାଇଁ ଜମ୍ମୁ-କାଶ୍ମୀରକୁ ଗଲେ ୫୫୦୦ ଯବାନ

ଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ଏଯାଏଁ ପ୍ରାୟ ୧୩୮ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତିି। ଏବଂ ୫୫ଜଣଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ବୃଦ୍ଧିକୁ ଦେଖି ସିଆରପିଏଫ୍ ଏବଂ ବିଏସଏଫ ୩ହଜାର ଏବଂ ୨୫ଶହ ଜଣ ଯବାନଙ୍କୁ ଜମ୍ମୁ-କାଶ୍ମୀର ପଠାଇଛନ୍ତି।

ସିଆରପିଏଫଙ୍କ କହିବା ଅନୁଯାୟୀ, ଯେଉଁଭଳି ଭାବରେ ସାଧାରଣ ନାଗରିକଙ୍କ ଉପରେ ଆତଙ୍କୀ ଆକ୍ରମଣ ବୃଦ୍ଧି ହୋଇଛି। ଏହାକୁ ରୋକିବା ପାଇଁ ନୂଆ ରଣନୀତି ଅନୁସାରେ କାମ କରାଯିବ। କାଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ପ୍ରାରମ୍ଭରୁ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ମୁକାବିଲା ଅଭିଯାନରେ ପ୍ରାୟ ୧୩୦ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ବ୍ୟତୀତ ୩୯ଜଣ ଆତଙ୍କବାଦୀ ଓ ସେମାନଙ୍କୁ ସହାୟତା କରୁଥିବା ୭ଶହରୁ ଅଧିକ ସହଯୋଗୀଙ୍କୁ ଗିରଫ କରାଯାଇଛି। ଚଳିତବର୍ଷ ଜମ୍ମୁ ଡ଼ିଭିଜନରେ ୮ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବାବେଳେ ୧୬ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ଜମ୍ମୁ ଏଡ଼ିଜିପି ଓ ଆଇଜିପି ମୁକେଶ ସିଂହ କହିଛନ୍ତି।

ସୈନିକମାନେ ରାତିରେ ମଧ୍ୟ ଅଭିଯାନ ଚଳାଉଛନ୍ତି। କାଶ୍ମୀରରେ ବିଏସଏଫ ଅତିରିକ୍ତ ୨୫କମ୍ପାନୀ ସେନା ମୁତୟନ କରିଥିବାବେଳେ ସିଆରପିଏଫ ମଧ୍ୟ ୨୫କମ୍ପାନୀ ଯବାନ ପଠାଇଛି। ଆଗାମୀ ସପ୍ତାହରେ ଆଉ ୫କମ୍ପାନୀ ଯବାନ ପଠାଯିବ। କିଛିଦିନ ହେଲା ଲୋକଙ୍କ ଉପରେ ହେଉଥିବା ଆତଙ୍କୀ ଆକ୍ରମଣ ପରେ ଘାଟିରେ ପୋଲିସ ଏବଂ ଯବାନ ସତର୍କ ରହିଛନ୍ତି। ଏହି ମଧ୍ୟରେ ୧୫ହଜାର ଲୋକଙ୍କ ଉପରେ ନଜର ରଖିବା ସହ ପ୍ରତ୍ୟେକ ଦିନ ୮ହଜାର ଗାଡ଼ିକୁ ଯାଞ୍ଚ କରୁଛି।

Leave A Reply

Your email address will not be published.