ନୂଆଦିଲ୍ଲୀ: ମଙ୍ଗଳବାର ମୁମ୍ବାଇରେ ଆପଲ୍ ଷ୍ଟୋର୍ ଲଞ୍ଚ୍ କରିବା ପରେ ବୁଧବାର ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଆପଲ ସିଇଓ ଟିମ୍ କୁକ୍। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରିଯୁକ୍ତି ବିଦ୍ୟାଦ୍ୱାରା ଭାରତର ଭବିଷ୍ୟତ ନେଇ ଉଭୟ ଆଲୋଚନା କଲୁ ବୋଲି କୁକ୍ ଟିୱ୍ଟି କରି କହିଛନ୍ତି। ଦେଶରେ ପୁଞ୍ଜି ନିବେଶ କରିବା ନେଇ କୁକ୍ ଭାରତକୁ ପ୍ରତିଶ୍ରୁତି ଦେଇଥିବା ଟ୍ୱିଟ୍ କରି କହିଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି “ ଉତ୍ସାହମୁଳକ ସ୍ୱାଗତ ପାଇଁ ଧନ୍ୟବଦ ପ୍ରଧାନମନ୍ତ୍ରୀ ମୋଦୀ। ଆମେ ପ୍ରଯୁକ୍ତି ବିଦ୍ୟାର ସକାରାତ୍ମକ ପ୍ରଭାବ ଭାରତର ଭବିଷ୍ୟତ ଯଥା ଶିକ୍ଷା ଠାରୁ ଆରମ୍ଭ କରି ମେନୁଫେକ୍ଚରିଂ ପାଇଁ ଡେଭଲପର୍ସ ଓ ପରିବେଶ ତିଆରି କରିବାରେ କିପରି ସହଯୋଗ କରିବ ସେ ନେଇ ଆଲୋଚନା କଲୁ। ଭାରରେ ପୁଞ୍ଜି ନିବେଶ କରିବା ଓ ନିବେଶ ବଢ଼ାଇବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ।”
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ଟିମ୍ କୁକ୍ଙ୍କୁ ଭେଟି ସେ ଖୁଲି ହେଲି। ବିଭିନ୍ନ ବିଷୟରେ ଆଲୋଚନା ହେଲା। ପ୍ରଯୁକ୍ତିବିଦ୍ୟା ଦ୍ୱାରା ଭାରତରେ ହେଉଥିବା ପରିବର୍ତ୍ତନ ବିଷୟରେ ଆଲୋଚନା କରି ଖୁସି ଲାଗିଲା ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
ସୂଚନା ଥାଉକି ଏପ୍ରିଲ ୧୭ ତାରିଖ ଠାରୁ ଭାରତ ଗସ୍ତରେ ଥିବା ଆପଲ ସିଇଓ ଟିମ୍ କୁକ୍ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ। ହସ୍ତଶିଳ୍ପ ସଂଗ୍ରହାଳୟ ସହ ପ୍ରସିଦ୍ଧ ଲୋଧୀ କଳାକୁ ମଧ୍ୟ ବୁଲି ଦେଖିଥିଲେ। କୁକ୍ ମଙ୍ଗଳବାର ଦେଶରେ ପ୍ରଥମ ଆପଲ ଷ୍ଟୋର୍ ଲଞ୍ଚ୍ କରିଥିବା ବେଳେ ଗୁରୁବାର ଦିଲ୍ଲୀରେ ଆଉ ଏକ ଷ୍ଟୋର୍ ଲଞ୍ଚ କରିବେ।
Comments are closed.