Latest Odisha News

‘ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରି ପିଲାଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକର ଗ୍ରୀଷ୍ମ ଅବକାଶ (ଖରା ଛୁଟି) ଚଳିତ ଏପ୍ରିଲ ୨୧ରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

BjdElectrycity

ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ସ୍କୁଲ ଗୁଡିକ ଖୋଲାଯିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଆସନ୍ତାକାଲି ଠାରୁ ସ୍କୁଲରେ ଗ୍ରୀଷ୍ମଅବକାଶ ଛୁଟି। ପୂର୍ବରୁ ଏହା କ୍ୟାଲେଣ୍ଡର ଅନୁସାରେ ମେ ୪ ରୁ ଜୁନ ୧୭ ଯାଏ ଛୁଟି ପଡୁଥିଲା। ହେଲେ ପ୍ରଚଣ୍ଡ ଖରାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା କରିଛନ୍ତି। ଏହା ଜୁନ ୧୭ ଯାଏ ବଲବତ୍ତର ରହିବ। କିନ୍ତୁ ସେ ସମୟରେ ଆବଶ୍ୟକତା ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି।

ଆସନ୍ତାକାଲି ଅଭିଭାବକ ଶିକ୍ଷକ ବୈଠକ ସକାଳ ୭ ରୁ ୧୦ ଯାଏ ହେବ। ଅଭିଭାବକ ଆସିବେ କିନ୍ତୁ ପିଲାମାନଙ୍କୁ ଆଣିବେ ନାହିଁ। ଖରା ବଢ଼ୁଥିବାରୁ ରାଜ୍ୟ ସରକାର ଆସନ୍ତାକାଲି ଠାରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଓଷ୍ଟା। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖରା ଛୁଟିରେ ଯେଉଁ ପାଠ୍ୟ ଖସଡ଼ା କରି ଶିକ୍ଷକଙ୍କୁ ତଦାରଖ ଦାୟିତ୍ୱ ଦେଇଛନ୍ତି, ତାକୁ ଏସଓପି ଅନୁସାରେ ମାନିବାକୁ ଓଷ୍ଟା ପକ୍ଷରୁ ଶିକ୍ଷକମାନଙ୍କୁ ନିବେଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ସାରା ରାଜ୍ୟରେ ତାତି ଦେଖିବାକୁ ମିିଳିଛି। ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୦.୨ ° ସେଲସିୟସ, ଝାରସୁଗୁଡା ୪୧.୪ °, ଚାନ୍ଦବାଲି, ୩୯.୬ °, କେନ୍ଦୁଝର ୩୯.୬ °, ବାଲେଶ୍ୱର, ୩୮.୬ °, ସମ୍ବଲପୁର, ୩୮.୬ °, ହୀରାକୁଦ, ୩୭.୪ °, ପୁରୀ ୩୪ °, ପାରାଦୀପ ୩୩ °, ଗୋପାଳପୁର ୩୨.୬ ° ସେଲସିୟସ ରହିଛି।

Leave A Reply

Your email address will not be published.