Latest Odisha News

ଗର୍ଭବତୀଙ୍କ ଜୀବନ ବଞ୍ଚାଇଲା ଆପଲ୍ ୱାଚ୍, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟ ୱାଚ୍ ପିନ୍ଧୁଛନ୍ତି। ଯେତେବେଳେ ଆମର ହୃଦସ୍ପନ୍ଦନ ବଢେ ସେତେବେଳେ ଆମର ସ୍ମାର୍ଟ ୱାଚ୍ ଆମକୁ ଏକ ସତର୍କ ସୂଚନା ଦେଇଥାଏ। ଏପରି ପରିସ୍ଥିତିରେ ଏହାକୁ ଜୀବନ ରକ୍ଷାକାରୀ କହିଲେ ଭୁଲ୍ ହେବ ନାହିଁ।

ଏହି ପରିପ୍ରେକ୍ଷୀରେ ଆପଲ୍ ୱାଚ୍ ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ସନ୍ତାନର ଜୀବନ ରକ୍ଷା କରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଆପଲ୍ ୱାଚ୍ ଆଲର୍ଟ ଦେଇ ଲୋକଙ୍କ ଜୀବନ ଅନେକ ଥର ବଞ୍ଚାଇଛି।

ମାନାଲୋ ଜଣେ ହୃଦରୋଗ ବିଶେଷଜ୍ଞ । ସେ ୩୩ ସପ୍ତାହର ଗର୍ଭବତୀ ଥିଲେ। ତେବେ ହଠାତ୍ ତାଙ୍କର ହୃଦସ୍ପନ୍ଦନ ବଢିଯାଇଥିଲା। ତାଙ୍କ ହୃଦଘାତ ବଢିଯିବାରୁ ସେ ସୁସ୍ଥ ଅନୁଭବ କରୁନଥିଲେ। ପରେ ତାଙ୍କ ହୃଦସ୍ପନ୍ଦନ ପ୍ରତି ମିନିଟକୁ ୧୫୦ରେ ପହଞ୍ଚିଥିଲା, ଯାହା ପରେ ଆପଲ୍ ୱାଚ୍ ତାଙ୍କୁ ସତର୍କ କରାଇଥିଲା। ପରେ ସେ ତୁରନ୍ତ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ। ଫଳରେ ତାଙ୍କର ଓ ତାଙ୍କ ଅଜନ୍ମିତ ଶିଶୁର ଜୀବନ ବଞ୍ଚିଯାଇଥିଲା।

 

Comments are closed.