ନୂଆଦିଲ୍ଲୀ: ହ୍ବାଇଟ୍ ହାଉସ କମିଶନ ଗ୍ରୀନକାର୍ଡ ଆବେଦନ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଯୁକ୍ତି ପ୍ରାଧିକରଣ ଡକ୍ୟୁମେଣ୍ଟକୁ ସୁପାରିସ କରିଛନ୍ତି। ହ୍ୱାଇଟ ହାଉସ୍ କମିଶନ ଫର୍ ଏସୀୟ ଆମେରିକୀୟ, ନେଟିଭ ହାୱାଇୟନ ଆଣ୍ଡ ପେସିଫିକ୍ ଆଇଲ୍ୟାଣ୍ଡର (ଏଏଏନଏଚପିଆଇ) ଏହା ଉପରେ ଏକ ସୁପାରିସକୁ ଅନୁମୋଦନ କରିଛନ୍ତି। ଗ୍ରୀନ କାର୍ଡକୁ ଆନୁଷ୍ଠାନିକ ଭାବରେ ଏକ ସ୍ଥାୟୀ ବାସିନ୍ଦା କାର୍ଡ ଭାବରେ ଜଣାଯାଏ। ଏହି କାର୍ଡ ହେଉଛି ଏକ ଡକ୍ୟୁମେଣ୍ଟ ଯାହା ଆମେରିକାରେ ପ୍ରବାସୀମାନଙ୍କୁ ପ୍ରଦାନ କରାଯାଇଥାଏ, ଯାହା ପ୍ରମାଣ କରେ ଯେ ଧାରକଙ୍କୁ ସ୍ଥାୟୀ ଭାବରେ ରହିବାର ଅନୁମତି ଦିଆଯାଇଛି।
ଆମେରିକାର ଭାରତୀୟମାନେ ସେମାନଙ୍କ ଗ୍ରୀନ୍କାର୍ଡକୁ ଅପେକ୍ଷା କରିଛନ୍ତି। ହ୍ବାଇଟ୍ ହାଉସ୍ କମିଶନ ଆବେଦନ ପ୍ରକ୍ରିୟାକରଣ ପ୍ରଣାଳୀର ପ୍ରାଥମିକ ପର୍ଯ୍ୟାୟରେ ଏକ ନିଯୁକ୍ତି ପ୍ରାଧିକରଣ କାର୍ଡ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ନୂତନ ଘୋଷଣା ଯଦି କାର୍ଯ୍ୟକାରୀ ହୁଏ ତେବେ ୮ ମିଲିୟନରୁ ଅଧିକ ଆବେଦନକାରୀ ଉପକୃତ ହେବେ। ଏଥିମଧ୍ୟରେ ରହିଛନ୍ତି ଅଧିକାଂଶ ଭାରତୀୟ। ଏଥିରେ ସେହି ଆବେଦନକାରୀ ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ୫ ବର୍ଷରୁ ଅଧିକ ସମୟ ଧରି ବ୍ୟାକ୍ଲଗ୍ରେ ଅଛନ୍ତି ଏବଂ ୨୦୧୮ରେ ସେମାନଙ୍କର ଆବେଦନ ଦାଖଲ କରିଥିଲେ।
ଗ୍ରୀନ୍ କାର୍ଡ ଆବେଦନ ପ୍ରକ୍ରିୟାର ଅନେକ ପଦକ୍ଷେପ ଅଛି ଏବଂ ଏହା ନିଯୁକ୍ତିଦାତାମାନଙ୍କ ସହିତ I-140 ଆବେଦନ ଦାଖଲ କରିବା ସହିତ ଆରମ୍ଭ ହୁଏ। ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି I-485 ନାମକ ସ୍ଥିତିର ସମନ୍ୱୟ। ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ନେତା ଅଜୟ ଜୈନ ଭୁଟୋରିଆ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କର ନିଯୁକ୍ତି ପ୍ରାଧିକରଣ କାର୍ଡ-ଇଏଡି ଏବଂ ଟ୍ରାଭେଲ ଡକ୍ୟୁମେଣ୍ଟ ଆଡଭାନ୍ସ ପାରୋଲ ପାଇଛନ୍ତି, ଯାହା ଗ୍ରୀନ କାର୍ଡ ଆବେଦନ ପ୍ରକ୍ରିୟା ନହେବା ପର୍ଯ୍ୟନ୍ତ ତାଙ୍କୁ ଯେକୌଣସି ନିଯୁକ୍ତିଦାତା ପାଇଁ କାମ କରିବାକୁ ଅନୁମତି ଦେଇଥାଏ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପ୍ରସ୍ତାବ ଶହ ଶହ ଏବଂ ହଜାର ହଜାର ବିଦେଶୀ ପେସାଦାରଙ୍କୁ ଆଶ୍ୱସ୍ତୀ ଦେବ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଏହି ଗ୍ରୀନ କାର୍ଡ ପାଇବାକୁ ଦୀର୍ଘ ଦଶନ୍ଧି ଧରି ଅପେକ୍ଷା କରିଛନ୍ତି।
Comments are closed.