ନୂଆଦିଲ୍ଲୀ: ଦେଶର ବଡ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବୋର୍ଡ ଅଫ ଡାଇରେକ୍ଟର୍ସରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀଙ୍କର ଏଣ୍ଟ୍ରି ହୋଇ ଯାଇଛି । ରିଲାଏନ୍ସର ଶେୟାର ହୋଲଡର ଏହି ତିନି ଜଣଙ୍କୁ ବୋର୍ଡରେ ନନ-ଏଗ୍ଜିକ୍ୟୁଟିଭ ଡାଇରେକ୍ଟର ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ବାର୍ଷିକ ସାଧାରଣ ବୈଠକ ଅଗଷ୍ଟ ୨୮ ତାରିଖରେ ହୋଇଥିଲା । ଏଥିରେ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ ଯେ, ବୋର୍ଡ ଅଫ ଡାଇରେକ୍ଟର୍ସରୁ ନୀତା ଅମ୍ବାନୀ ଅଲଗା ହୋଇଯିବେ । ଅନ୍ୟପକ୍ଷେ ଇଶା, ଆକାଶ ଏବଂ ଅନନ୍ତ ଅମ୍ବାନୀଙ୍କ ନାଁ ନନ୍ ଏଗ୍ଜିକ୍ୟୁଟିଭ ଡାଇରେକ୍ଟର ଭାବେ ବୋର୍ଡରେ ସାମିଲ କରାଯିବ ।
ହେଲେ ଚଳିତ ମାସରେ ଅନନ୍ତ ଅମ୍ବାନୀଙ୍କ ସାମିଲ ହେବାକୁ ନେଇ ବିରୋଧାଭାସ ଦେଖିବାକୁ ମିଳିଥିଲା । ଏହାକୁ ୨ଟି ଅନ୍ତର୍ଜାତୀୟ ପରାମର୍ଶଦାତା କମ୍ପାନୀ ଅନନ୍ତ ଅମ୍ବାନୀଙ୍କ ବୟସକୁ ନେଇ ବୋର୍ଡରେ ନିଯୁକ୍ତିକୁ ବିରୋଧ କରିଥିଲେ । ଏଥିସହିତ ତାଙ୍କର ଅନୁଭୂତି ନ ଥିବା ମଧ୍ୟ ଦର୍ଶାଇଥିଲେ ।
ହେଲେ ଏହି ମାମଲାରେ ଶେୟାରଧାରୀଙ୍କ ମଧ୍ୟରେ ଭୋଟିଂ ହୋଇଥିଲା । ଏଥିରେ ୯୨.୭ ପ୍ରତିଶତ ଭୋଟରେ ଅନନ୍ତ ଅମ୍ବାନୀଙ୍କ ପକ୍ଷରେ ଭୋଟ ପଡିଥିଲା । ଏହାପରେ ଅନନ୍ତଙ୍କ ବୋର୍ଡରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪ଟି କମ୍ପାନୀର ନର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଆରଆଇଏଲର ବୋର୍ଡ ଅଫ ଡାଇରେକ୍ଟର୍ସରେ ନନ ଏଗ୍ଜିକ୍ୟୁଟିଭ, ନନଇଣ୍ଡିପେଣ୍ଡେଟ ଡାଇରେକ୍ଟର ଭାବେ ନିଯୁକ୍ତି ପାଇବେ ।
ଏଥିସହିତ ଶେୟାର ହୋଲଡରଙ୍କ ଭୋଟିଂରେ ଇଶା ଅମ୍ବାନୀଙ୍କୁ ୯୮.୨ ଏବଂ ଆକାଶଙ୍କୁ ୯୮ ପ୍ରତିଶତ ଭୋଟ ମିଳିଥିଲା । ଏଥସହିତ ରିଲାଏନ୍ସର ଦାୟିତ୍ୱ ତୃତୀୟ ପୀଢି ହାତକୁ ଗଲା ।
BREAKING NEWS
- ବାତ୍ୟା ପରେ ଡରାଉଛି ଆଉ ଏକ ଲଘୁଚାପ…
- ଓଡ଼ିଶାର ୫ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୩୦୦ ପାର୍ କରୁଛି ଏକ୍ୟୁଆଇ
- ପ୍ରଥମ ଏସଏଫଆଇ ସର୍ଟ କୋର୍ସ ନ୍ୟାସନାଲ ସ୍ୱିମିଂ ଚାମ୍ପିୟନସିପ୍ ୨୦୨୬: ୬ଟି ପଦକ ଜିତି ଚମକିଲେ ଓଡ଼ିଶା ସନ୍ତରଣକାରୀ
- କୋଟିଆରେ ନିର୍ବାଚନ ତାରିଖ ବଦଳାଇଲେ ଆନ୍ଧ୍ର ନିର୍ବାଚନ କମିଶନର
- ଓଡ଼ିଶାର ଗର୍ବ: ବିରଳ ନମନୀୟ ପିତ୍ତଳ ମାଛ ଶିଳ୍ପ ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଜିତିଲେ ଓଡ଼ିଆ କାରିଗର
- ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି
- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା, ଭାଙ୍ଗିଲା ପୂଜା ତୋରଣ
- ନ୍ୟୁଜିଲାଣ୍ଡ ବିପକ୍ଷ ୱାନଡେ ଶୃଙ୍ଖଳାରୁ ବାଦ୍ ପଡ଼ିପାରନ୍ତି ପ୍ରସିଦ୍ଧ କ୍ରିଷ୍ଣା
- ଜେନେରେଟର ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ;୩ ଗୁରୁତର
- ଆଇସିସି ଟି୨୦ର୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ଅଭିଷେକ, ଖସିଲେ ଶ୍ରେୟାସ

Comments are closed.