Latest Odisha News

BREAKING NEWS

ମହାଶିବରାତ୍ରୀରେ ଏପରି ଚନ୍ଦନ ତିଳକ ଲଗାଇ ପୂଜା କଲେ ଦୂର ହୁଏ କଷ୍ଟ

ଭୁବନେଶ୍ବର:ଆଜି ହେଉଛି ମହାଶିବରାତ୍ରୀ । ଯଦି ଏହି ଦିନ ରୀତିନୀତି ଅନୁଯାୟୀ ମହାଦେବଙ୍କୁ ପୂଜା କରାଯାଏ ,ତେବେ ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୂରଣ ହୁଏ । ଭୋଳାନାଥଙ୍କ ଆଶୀର୍ବାଦ ପାଇବା ପାଇଁ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଚନ୍ଦନ ତିଳକ ଲଗାନ୍ତୁ । ବିଶ୍ବାସ କରାଯାଏ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତୁ ଏବଂ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି ।

ଧାର୍ମିକ ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ଶିବଲିଙ୍ଗଙ୍କୁ ପୂଜା କରୁଥିବାବେଳେ ସର୍ବପ୍ରଥମେ ଶିବଲିଙ୍ଗ ଉପରେ ଚନ୍ଦନ ଲଗାନ୍ତୁ ।

ଏହାପରେ ଶିବଲିଙ୍ଗଙ୍କ ଡାହାଣ ପାଶ୍ବରେ ଦ୍ୱିତୀୟ ଚନ୍ଦନ ତିଳକ ଲଗାନ୍ତୁ , ଏହା ଭଗବାନ ଗଣେଶଙ୍କ ସ୍ଥାନ ବୋଲି ବିବେଚନା କରାଯାଏ। ତୃତୀୟ ଚନ୍ଦନ ତିଳକ ଶିବଲିଙ୍ଗଙ୍କ ବାମ ପାଶ୍ବରେ ଲଗାନ୍ତୁ,ଏହା ଭଗବାନ କାର୍ତ୍ତିକେୟଙ୍କ ସ୍ଥାନ ବୋଲି କୁହାଯାଏ । ଚତୁର୍ଥ ଚନ୍ଦନ ତିଳକ ଅଶୋକ ସୁନ୍ଦରୀଙ୍କୁ ଲଗାନ୍ତୁ; ଶିବଲିଙ୍ଗ ଉପରେ ଅର୍ପିତ ଜଳ ପ୍ରଭାବିତ ହୋଇ ତଳକୁ ଆସେ, ସେହି ସ୍ଥାନକୁ ଅଶୋକ ସୁନ୍ଦରୀଙ୍କ ସ୍ଥାନ କୁହାଯାଏ । ପଞ୍ଚମ ତିଳକ ଶିବଲିଙ୍ଗଙ୍କ ଜଳଧାରୀ ଉପରେ ଲଗାନ୍ତୁ । ଷଷ୍ଠ ତିଳକ ଶିବଲିଙ୍ଗର ଜଳ ପ୍ରବାହିତ ହେଉଥିବା ବିପରୀତ ଦିଗରେ ଲଗାନ୍ତୁ । ସପ୍ତମ ତିଳକ ନନ୍ଦୀ ମହାରାଜଙ୍କ ଉଭୟ ଶିଙ୍ଘରେ ଲଗାନ୍ତୁ । ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

Comments are closed.