Latest Odisha News

BREAKING NEWS

ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶ୍ୱ ନେତୃବୃନ୍ଦଙ୍କ ସଦ୍ୟତମ ଆପ୍ରୁଭାଲ ରେର୍ଟିଂ ତାଲିକାରେ ଶୀର୍ଷ ସ୍ଥାନରେ ଅଛନ୍ତି ମୋଦି।  ତାଙ୍କୁ ୭୫ ପ୍ରତିଶତ  ଆପ୍ରୁଭାଲ ରେର୍ଟିଂ ମିଳିଛି । ଇପସସ୍ ଇଣ୍ଡିଆବସ୍ ପକ୍ଷରୁ ଏହି ସର୍ଭେ କରାଯାଇଛି ।

୨୦୨୪ ଫେବୃଆରୀରେ ମୋଦିଙ୍କୁ ୭୫ ପ୍ରତିଶତ  ଆପ୍ରୁଭାଲ ରେର୍ଟିଂ ମିଳିଥିଲା । ଏହାପୂର୍ବରୁ ୨୦୨୩ ସେପ୍ଟେମ୍ୱରରେ ମୋଦିଙ୍କୁ ୬୫ ପ୍ରତିଶତ ଆପ୍ରୁଭାଲ ରେର୍ଟିଂ ମିଳିଥିଲା । ହେଲେ ଏଥର ମୋଦିଙ୍କ ଆପ୍ରୁଭାଲ ରେର୍ଟିଂ ୧୦ ପ୍ରତିଶତ ବୃଦ୍ଧି ପାଇଛି ।

ଇପ୍ସୋସ ଇଣ୍ଡିଆ ଅନୁଯାୟୀ,୨୦୨୨ ଡିସେମ୍ୱର  ଠାରୁ ମୋଦିଙ୍କ ଆପ୍ରୁଭାଲ ରେର୍ଟିଂ ସାମଗ୍ରିକ ଭାବେ ବୃଦ୍ଧି ଘଟିଛି । ୨୦୨୨ ଡିସେମ୍ୱରରେ ମୋଦିଙ୍କ ରେର୍ଟିଂ ୬୦ ପ୍ରତିଶତ ଥିଲା । ୨୦୨୩ ଫେବୃଆରୀରେ ମୋଦିଙ୍କ  ଆପ୍ରୁଭାଲ ରେର୍ଟିଂ ୬୭ ପ୍ରତିଶତ ହୋଇଥିଲା । ୨୦୨୩ ସେପ୍ଟେମ୍ୱରରେ ମୋଦିଙ୍କ ରେର୍ଟିଂ ୨ ପ୍ରତିଶତ ହ୍ରାସ ହୋଇ ୬୫ ପ୍ରତିଶତ ହୋଇଥିଲା ।  ହେଲେ  ୨୦୨୪ ଫେବୃଆରୀରେ ମୋଦିଙ୍କ ରେର୍ଟିଂ ୭୫ ପ୍ରତିଶତ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, କିଛି ସହର ଏବଂଗୋଷ୍ଠୀ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନ ପାଇଁ  ତାଙ୍କୁ ଉଚ୍ଚ  ରେର୍ଟିଂ ଦେଇଛନ୍ତି । ଉତ୍ତର ଅଞ୍ଚଳରେ ମୋଦିଙ୍କୁ  ୯୨ ପ୍ରତିଶତ, ପୂର୍ବ ଅଞ୍ଚଳରେ ୮୪ ପ୍ରତିଶତ ଏବଂ ପଶ୍ଚିମ ଅଞ୍ଚଳରେ ୮୦ ପ୍ରତିଶତ ମିଳିଛି। ସେହିଭଳି ଟିୟର ୧ ସହରରେ  ମୋଦି ୮୪ ପ୍ରତିଶତ ରେଟିଂ ପାଇଥିବା ବେଳେ   ଟିଅର ତିନି ସହରରେ  ସେ ୮୦ ପ୍ରତିଶତ ରେଟିଂ ପାଇଛନ୍ତି ।

ସେହିପରି ୪୫ ବର୍ଷରୁ ଅଧିକ ବର୍ଗର ଲୋକମାନେ ମୋଦିଙ୍କୁ ୭୯ ପ୍ରତିଶତ ଆପ୍ରୁଭାଲ ରେର୍ଟିଂ ଦେଇଛନ୍ତି ।  ୧୮ରୁ ୩୦ ବର୍ଷ ବର୍ଗର ଲୋକେ  ମୋଦିଙ୍କୁ  ୭୫ ପ୍ରତିଶତ ରେଟିଂ ଦେଇଛନ୍ତି ।  ୩୧ରୁ ୪୫ ବର୍ଷ ବର୍ଗର ଲୋକମାନେ ତାଙ୍କୁ ୭୧ ପ୍ରତିଶତ ରେଟିଂ ପ୍ରଦାନ କରିଛନ୍ତି।

ମହାନଗରରେ ମୋଦିଙ୍କୁ ଆପ୍ରୁଭାଲ ରେର୍ଟିଂ ୬୪ ପ୍ରତିଶତ ରହିଛି । ହେଲେ ଦକ୍ଷିଣ ଜୋନରେ ମୋଦିଙ୍କୁ ସର୍ବନିମ୍ନ ରେଟିଂ ୩୫ ପ୍ରତିଶତ ମିଳିଛି ।

ସର୍ଭେ ଅନୁଯାୟୀ, ମୋଦି ସରକାର ମୁଖ୍ୟତ ଶିକ୍ଷା ବ୍ୟବସ୍ଥା, ପରିମଳ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଲ କାର୍ଯ୍ୟ କରିଛନ୍ତି ।  ପ୍ରଦୂଷଣ ଓ ପରିବେଶରେ ମୋଦି ସରକାର ୫୬ ପ୍ରତିଶତ , ଦାରିଦ୍ର୍ୟ ଦୂରୀକରଣରେ ୪୫ ପ୍ରତିଶତ, ମୁଦ୍ରାସ୍ଫୀତି ହ୍ରାସ କରିବାରେ ୪୪ ପ୍ରତିଶତ, ବେକାରୀ ଦୂର କରିବାରେ ୪୩ ପ୍ରତିଶତ ଏବଂ ଦୁର୍ନୀତି ଦୂର କରିବାରେ  ୪୨ ପ୍ରତିଶତ ରେଟିଂ ପାଇଛନ୍ତି ।

Leave A Reply

Your email address will not be published.