ନୂଆଦିଲ୍ଲୀ: ଭାରତ ସରକାର ଦେଶର ସମସ୍ତ ଆଣ୍ଡ୍ରଏଡ ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ ଗୁଗଲ ପ୍ଲେ ଷ୍ଟୋରରେ ବଢୁଥିବା ଆର୍ଥିକ ଠକାମି ଆପ୍ଗୁଡ଼ିକ ସମ୍ପର୍କିତ। ଏହି ଆପ୍ଗୁଡ଼ିକ ଦେଖାଯିବାରେ ଅସଲି ଲାଗୁଥିଲେ ମଧ୍ୟ, ଏଗୁଡ଼ିକ ଉପଭୋକ୍ତାଙ୍କର ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ଚୋରି କରିବା ପାଇଁ ତିଆରି ହୋଇଥାଏ। ଏହା ଦ୍ୱାରା ଉପଭୋକ୍ତାଙ୍କ ଗୋପନୀୟତା ଓ ଆପଣଙ୍କ ଡାଟା ପ୍ରତି ବିପଦ ସୃଷ୍ଟି ହୋଇପାରେ। ଅଧିକାରୀମାନେ ଜଣାଇଛନ୍ତି ଯେ ଏହି ଠକାମୀ ଆପ୍ଗୁଡ଼ିକର ସମ୍ପର୍କ ଅନେକ ବିଦେଶୀ ଶତ୍ରୁ ସଂସ୍ଥାଗୁଡ଼ିକ ସହ ମିଳୁଛି।
ଏହି ଚେତାବନୀ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ର ଆଧିକାରିକ ହ୍ୟାଣ୍ଡେଲ ‘ସାଇବର ଦୋସ୍ତ’ ଦ୍ୱାରା ଜାରି କରାଯାଇଛି। ସାଇବର ଦୋସ୍ତ ନିକଟରେ ଏକ୍ସ (X) ପ୍ଲାଟଫର୍ମରେ ଏକ ପୋଷ୍ଟ ଜାରି କରି ଏହି ଧୋକାବାଜ ଆର୍ଥିକ ଆପ୍ଗୁଡ଼ିକର ତାଲିକା ପ୍ରକାଶ କରିଛନ୍ତି। ଏହି ଆପ୍ଗୁଡ଼ିକ କେବଳ ଉପଭୋକ୍ତାଙ୍କୁ ଢ଼ୋକା ଦେଇ ନଥାଏ, ବରଂ ସେମାନଙ୍କର ଡାଟା, ଟଙ୍କା ଓ ଗୋପନୀୟତାକୁ ମଧ୍ୟ ବିପଦରେ ପକାଇଥାଏ। ସାଇବର ଦୋସ୍ତ ପରାମର୍ଶ ଦେଇଛନ୍ତି ଯେ, ଏହି ତାଲିକା ଯାଞ୍ଚ କରି ଯଦି ଆପଣଙ୍କ ମୋବାଇଲରେ ଏହି ଆପ୍ଗୁଡ଼ିକ ମଧ୍ୟରୁ କୌଣସି ଏକ ଅଛି, ତେବେ ତୁରନ୍ତ ତାହାକୁ ଡିଲିଟ କରି ଦିଅନ୍ତୁ।
ଠକ ଆପ୍ ତାଲିକା:
ଇନଭଏସର ଏକ୍ସପର୍ଟସ
ଲୋନ ରୈନା – ଇନଷ୍ଟାଣ୍ଟ ଲୋନ ଅନଲାଇନ
ଗୁପ୍ତା କ୍ରେଡିଟ – ସେଫ ଆଣ୍ଡ ହ୍ୟାଣ୍ଡି
ଗ୍ରାନେଟସ୍ୱିଫ୍ଟ
ଲୋନକ୍ୟୁ, ଫାଇନାନସିଆଲ କାଲକୁଲେଟର
କ୍ରେଡିଟଏଜ
ଅଲ୍ଟିମେଟ ଲେଣ୍ଡ
ସ୍ମାର୍ଟରିଚ ପ୍ରୋ
କ୍ରେଡିଟଲେନସ
କ୍ୟାସ ଲୋନ – ଇଏମଆଇ କାଲକୁଲେଟର
ସାଇବର ଦୋସ୍ତ ଉପଭୋକ୍ତାଙ୍କ ପାଇଁ କିଛି ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି।
୧.ଆପ୍ର ପ୍ରାମାଣିକତା ଯାଞ୍ଚ କରନ୍ତୁ।
୨.କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ପ୍ରାମାଣିତ ଲୋନ ପ୍ଲାଟଫର୍ମ ବ୍ୟବହାର କରନ୍ତୁ।
୩.କୌଣସି ବ୍ୟକ୍ତିଗତ ତଥ୍ୟ ଶେୟାର କରିବା ପୂର୍ବରୁ ଭଲ ଭାବେ ଅନୁସନ୍ଧାନ କରନ୍ତୁ।
Comments are closed.