ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବେ ଏକ ପୂର୍ଣ୍ଣାଙ୍ଗ ମେସେଜିଂ ଆପ୍ ହେବାକୁ ଯାଉଛି । କମ୍ପାନୀ ନୂଆ ମେସେଜିଂ ଫିଚର ‘Chat’ ଲଞ୍ଚ କରିଛି, ଯାହା ପୁରୁଣା DMକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । ଏହା ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ସହ ଆସିଛି ଏବଂ ପ୍ରାଇଭେସିକୁ ଅଧିକ ଗୁରୁତ୍ୱ ଦେଇଛି । ଏହି ଫିଚର WhatsApp, Signal ଭଳି ଆପ୍କୁ ସିଧା ଚ୍ୟାଲେଞ୍ଜ କରୁଛି ଏବଂ Xକୁ ଏଲନ୍ ମସ୍କଙ୍କ ‘ଏଭ୍ରିଥିଙ୍ଗ୍ ଆପ୍’ ସ୍ୱପ୍ନ ଆଡ଼େ ଆଉ ଗୋଟେ ପାଦ ବଢ଼ାଇଛି ।
ଏଲନ୍ ମସ୍କ ନିଜେ Xରେ ଘୋଷଣା କରିଛନ୍ତି ଯେ, “X ଏକ ସମ୍ପୂର୍ଣ୍ଣ ନୂଆ କମ୍ୟୁନିକେସନ୍ ଷ୍ଟାକ୍ ଲଞ୍ଚ କରିଛି, ଯାହାରେ ଏନକ୍ରିପଟେଡ୍ ମେସେଜ୍, ଅଡିଓ/ଭିଡିଓ କଲ୍ ଏବଂ ଫାଇଲ୍ ଟ୍ରାନ୍ସଫର୍ ରହିଛି ।” ସେ ଆହୁରି କହିଛନ୍ତି ଯେ, X Money ମଧ୍ୟ ଶୀଘ୍ର ଲଞ୍ଚ ହେବ, ଯାହା ପେମେଣ୍ଟ ସହିତ ମେସେଜିଂକୁ ଯୋଡ଼ିଦେବ ।
Chatର ଖାସ୍ ଫିଚରଗୁଡ଼ିକ :
• ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ଏବଂ ଡିସଅପିୟରିଙ୍ଗ୍ ମେସେଜ୍ : ସବୁ ଚ୍ୟାଟ୍ ଓ ଫାଇଲ୍ ଶେୟାରିଂ ଏନକ୍ରିପଟେଡ୍ । ମେସେଜ୍ କେବଳ ପଠାଉଥିବା ଓ ଗ୍ରହଣ କରୁଥିବା ବ୍ୟକ୍ତି ଦେଖିପାରିବେ । ମେସେଜ୍ ଏଡିଟ୍, ଡିଲିଟ୍ କରିପାରିବେ କିମ୍ବା ଟାଇମର୍ ସେଟ୍ କରି ଅଟୋ ଡିଲିଟ୍ ହେବ । WhatsApp ଠାରୁ ଭଲ – ଡିଲିଟ୍ ହେଲେ “ଏହି ମେସେଜ୍ ଡିଲିଟ୍ ହୋଇଛି” ନୋଟିଫିକେସନ୍ ଦେଖାଯିବ ନାହିଁ ।
• ସ୍କ୍ରିନସଟ୍ ବ୍ଲକିଂ : ପ୍ରାଇଭେସି ବଢ଼ାଇବା ପାଇଁ ଚ୍ୟାଟ୍ରେ ସ୍କ୍ରିନସଟ୍ ଡିଜେବଲ୍ କରିପାରିବେ । କେହି ସ୍କ୍ରିନସଟ୍ ନେବାକୁ ଚେଷ୍ଟା କଲେ ନୋଟିଫିକେସନ୍ ମିଳିବ ।
• କୌଣସି ଆଡ୍ ନାହିଁ, ଡାଟା ଟ୍ରାକିଂ ନାହିଁ : Chat ସଂପୂର୍ଣ୍ଣ ଆଡ୍-ଫ୍ରି ଏବଂ ଡାଟା ଟ୍ରାକିଂ ମୁକ୍ତ ।
• ୟୁନିଫାଇଡ୍ ଇନବକ୍ସ : ପୁରୁଣା DM ଓ ନୂଆ Chat ମେସେଜ୍ ଗୋଟିଏ ସ୍ଥାନରେ ଦେଖାଯିବ ।
• ଅଡିଓ/ଭିଡିଓ କଲ୍ ଏବଂ ଫାଇଲ୍ ଶେୟାରିଂ : ସବୁ ଏନକ୍ରିପଟେଡ୍ । ଭବିଷ୍ୟତରେ ଭଏସ୍ ମେମୋ ମଧ୍ୟ ଆସିବ ।
Chat କିପରି ବ୍ୟବହାର କରିବେ ?
ବର୍ତ୍ତମାନ iOS ଓ ୱେବ୍ ଭର୍ସନରେ ଉପଲବ୍ଧ । X ଆପ୍ର DM ସେକ୍ସନ୍ ଜରିଆରେ ଏକ୍ସେସ୍ କରିପାରିବେ । Android ଭର୍ସନ ଶୀଘ୍ର ଆସୁଛି ବୋଲି କମ୍ପାନୀ କହିଛି ।
BREAKING NEWS
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
Comments are closed.