Latest Odisha News

BREAKING NEWS

ମୋ ବିରୁଦ୍ଧରେ ଗୋଟିଏ ଗ୍ୟାଙ୍ଗ ଷଡଯନ୍ତ୍ର କରୁଛି : ଏଆର ରହେମାନ

ମୁମ୍ବାଇ:ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ବଲିଉଡର ଗୋଟିଏ ଗ୍ୟାଙ୍ଗ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । ମୁଁ ଯେପରି କାମ ନ ପାଇବି ସେ ନେଇ ବୁଦ୍ଧି ଖଟାଉଛନ୍ତି । ପ୍ରଥମେ ପ୍ରଥମେ ମୁଁ ବୁଝି ପାରୁ ନ ଥିଲେ ଇଣ୍ଡଷ୍ଟ୍ରିରେ କାହିଁକି ମୋ ନାମରେ ଏତେ ଗୁଡିଏ ଅପପ୍ରଚାର ହେଉଛି । ଏବେ ସେ ସବୁ ଜାଣିପାରିଛି ବୋଲି କହିଛନ୍ତି । ଦିଲ ବେଚାରର ମ୍ୟୁଜିକ ରହେମାନ ଦେଇଛନ୍ତି । ଏହା ମଧ୍ୟ ସମସ୍ତଙ୍କୁ ପସନ୍ଦ ଆସୁଛି ।

ରହେମାନଙ୍କ କହିବା ଅନୁସାରେ ଏହାର ନିର୍ଦ୍ଦେଶକ ମୁକେଶ ଛାବଡା ମୋ ପାଖକୁ ଗୀତ କମ୍ପୋଜ ପାଇଁ ଆସିଥିଲେ । ମୁଁ ରାଜି ହେବା ପରେ ସେ କହିଥିଲେ ଆପଣଙ୍କ ନାମରେ ବହୁତ କିଛି ଖରାପ କଥା ଶୁଣିଥିଲି । ଏପରିକି ସେମାନେ ଆପଣଙ୍କ ପାଖକୁ ନ ଆସିବା ପାଇଁ କହିଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ଏହି ଫିଲ୍ମକୁ ରେକର୍ଡ ସଂଖ୍ୟକ ଦର୍ଶକ ଉପଭୋଗ କରୁଛନ୍ତି ।

Leave A Reply

Your email address will not be published.